କେଉଁ ବାଟ ଦେଇ ପୁରୀକୁ ଆସିବେ, ରୁଟ୍ ମ୍ୟାପ୍ ଦେଲା ପୁଲିସ: ଏପଟେ ରଥଯାତ୍ରା ଦେଖିବାକୁ ଓଡ଼ିଶାରେ ପହଁଚିଲେ ରାଷ୍ଟ୍ରପତି

Advertisment
କେଉଁ ବାଟ ଦେଇ ପୁରୀକୁ ଆସିବେ, ରୁଟ୍ ମ୍ୟାପ୍ ଦେଲା ପୁଲିସ: ଏପଟେ ରଥଯାତ୍ରା ଦେଖିବାକୁ ଓଡ଼ିଶାରେ ପହଁଚିଲେ ରାଷ୍ଟ୍ରପତି

କନକ ବ୍ୟୁରୋ: ରଥଯାତ୍ରା ପାଇଁ ସ୍ବତନ୍ତ୍ର ନୀତି ନିର୍ଘଂଟ ସହ ଶୃଙ୍ଖଳିତ ଦର୍ଶନ ପାଇଁ ଟ୍ରାଫିକ କଟକଣା ଜାରି କରାଯାଇଛି। ରଥଯାତ୍ରା ବ୍ୟବସ୍ଥାବାଳୀ ଅନୁସାରେ ଆଜି ରାତିରୁ ଆରମ୍ଭ ହେବ ପୂର୍ବ ପ୍ରସ୍ତୁତି। ସନ୍ଧ୍ୟା ୭ଟାରୁ ସାଧାରଣ ଦର୍ଶନ ବନ୍ଦ କରି ନୀତିକାନ୍ତି ସମ୍ପନ୍ନ ହେବ।

ରବିବାର ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । ରଥଯାତ୍ରା ବ୍ୟବସ୍ଥାବଳୀ ଅନୁସାରେ, ଶନିବାର ରାତିରୁ ରଥଯାତ୍ରାର ପୂର୍ବପ୍ରସ୍ତୁତି ଆରମ୍ଭ ହେଉଥିବାରୁ
ରଥଯାତ୍ରା ନୀତି ନିର୍ଘଣ୍ଟ
ସଂଧ୍ୟା ୭ଟାରୁ ଦର୍ଶନ ବନ୍ଦ ହେବ ଓ ପହୁଡ଼ ଆଳତି କରାଯିବ
ରାତି ସାଢ଼େ ୭ଟାରେ ଜୟବିଜୟ ଦ୍ବାର ବନ୍ଦ ହେବ
ବେହରଣ ଦ୍ବାର ଖୋଲିବା ପରେ ରାତି ୧୦ରେ ଚକା ଅପସର
ସାଢ଼େ ୧୦ଟାରେ ଶ୍ରୀମୁଖ ଖଣ୍ଡୁଆ, ବାହୁଟ କଣ୍ଟ ଆଦି ନୀତି ହେବ
ରାତି ୧୧ଟାରୁ କୁସୁମି ଲାଗି ଆରମ୍ଭ ହେବ
କୁସୁମି ଲାଗି ଶେଷ ପରେ ରାତି ୨ଟାରୁ ନବଯୌବନ ଦର୍ଶନ
ପରେ ନେତ୍ରୋତ୍ସବ ଓ ଶ୍ରୀଗୁଣ୍ଡିଚା ଯାତ୍ରା ନୀତି ଆରମ୍ଭ ହେବ
ଏଥିସହ ରଥଯାତ୍ରା ସମୟରେ ଟ୍ରାଫିକ କଟକଣା ଜାରି କରାଯାଇଛି ।
ରଥଯାତ୍ରା ପାଇଁ ଟ୍ରାଫିକ କଟକଣା
ରାଜ୍ୟ ବାହାରୁ ଆସୁଥିବା ବସଗୁଡିକ ମାଳତୀପାଟପୁର ବସଷ୍ଟାଣ୍ଡରେ ପାର୍କିଂ ହେବ
ଭୁବନେଶ୍ୱରରୁ ଆସୁଥିବା ଯାତ୍ରୀବାହୀ ବସ ତାଳବଣିଆଠାରେ ଅସ୍ଥାୟୀ ବସଷ୍ଟାଣ୍ଡରେ ପାର୍କିଂ କରିବେ
କୋଣାର୍କରୁ ଆସୁଥିବା ବସ ମଧ୍ୟ ତାଳବଣିଆରେ ରହିବେ ଓ ସମାନ ମାର୍ଗ ଦେଇ ଫେରିବେ
ବ୍ରହ୍ମଗିରି ଆଡୁ ଆସୁଥିବା ବସ ମଙ୍ଗଳାଘାଟ ବାଇପାସ ଦେଇ ତାଳବଣିଆକୁ ଯିବେ
ଭୁବନେଶ୍ୱରରୁ ଆସଥିବା ୪ ଚକିଆ ଯାନ ତାଳବଣିଆ ଇନଡୋର ଷ୍ଟାଡିୟମ, ଆଇଟିଆଇ ପଡିଆ ଓ ହେଲିପ୍ୟାଡ ପାର୍କିଂରେ ପାର୍କ କରିବେ
ବ୍ରହ୍ମଗିରି ଆଡୁ ଆସୁଥିବା ୪ ଚକିଆ ଯାନ ସମୁଦ୍ରକୂଳ ଯାତ୍ରୀକା ପ୍ୟାଲେସ ଓ ନୋଳିଆ ଫିଲ୍ଡ ପାର୍କିଂରେ ପାର୍କ କରିବେ
ଭୁବନେଶ୍ୱର ଆଡୁ ଆସୁଥିବା ୨ ଚକିଆ ଯାନଗୁଡିକ ଜଗନ୍ନାଥ ବଲ୍ଳଭ, ଜେଲ ରୋଡ୍, ମାଟିତୋଟା ଫିଲ୍ଡଠାରେ ପାର୍କିଂ କରିବେ
କୋଣାର୍କ ଆଡୁ ଆସୁଥିବା ୨ ଚକିଆ ଯାନଗୁଡିକ ବ୍ଲୁ ଫ୍ଲାଗ ବିଚ୍, ହୋଟେଲ ନିଳାଚଳ ଅଶୋକ, ହୋଟେଲ ହଲିଡେ ରିସୋର୍ଟ ପଛପଟେ ଥିବା ପାର୍କିଂରେ ରହିବେ

ତେବେ ପୁରୀ ଟାଉନର ଅଟୋରିକ୍ସାଗୁଡିକୁ ତାଳବଣିଆଠାରୁ ରାମମନ୍ଦିର, ମାଳତିପାଟପୁରଠାରୁ ଅଠରନଳା ପର୍ୟ୍ୟନ୍ତ ଏବଂ ନିୟମିତ ବସଗୁଡିକୁ ସୁବାସ ବୋଷ ଛକଠାରୁ ଲାଇଟ ହାଉସ ପର୍ୟ୍ୟନ୍ତ ଅନୁମତି ଦିଆଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe