କରୋନା ଦେଖାଉଛି କି ନୂଆ ଲକ୍ଷଣ । ବରିଷ୍ଠ ଡାକ୍ତର ନୀରଜ ମିଶ୍ର କହିଲେ, ସାମାନ୍ୟ କାଶ, ଧଇଁସଇଁ କିମ୍ବା ପତଳା ଝାଡା଼. ହୋଇପାରେ କରୋନାର ଲକ୍ଷଣ : ଭୁବନେଶ୍ୱରରେ ଶିଖର ଟପିଲାଣି ସଂକ୍ରମଣ! ଅକ୍ଟୋବର ଦ୍ୱିତୀୟ ସପ୍ତାହ ବେଳକୁ ଧୀରେ ଧୀରେ କମିବ ସଂକ୍ରମଣ

1,337

କନକ ବ୍ୟୁରୋ : ସାମାନ୍ୟ କାଶ, ଧଇଁସଇଁ ଲାଗିବା କିମ୍ବା ପତଳା ଝାଡ଼ା । ଏହି ସବୁ ଅସ୍ୱାଭାବିକତା ବି ହୋଇପାରେ କରୋନା ଲକ୍ଷଣ । ଚିକିତ୍ସା କ୍ଷେତ୍ରରେ ଦୀର୍ଘବର୍ଷର ଅଭିଜ୍ଞତା ଥିବା ତଥା କରୋନା ଗବେଷଣା ଉପରେ ନଜର ରଖୁଥିବା ଓଡ଼ିଶାର ବରିଷ୍ଠ ଡାକ୍ତର ନୀରଜ ମିଶ୍ର କରୋନାର ଏହି ନୂଆ ଲକ୍ଷଣ ସମ୍ପର୍କରେ ଦୃଢ଼କ୍ତି ରଖିଛନ୍ତି । ଡାକ୍ତର ନିଜର ମିଶ୍ର କହିଛନ୍ତି- ବର୍ତମାନ କରୋନା ଲକ୍ଷଣରେ ଜ୍ୱର ଆସୁନାହିଁ କିନ୍ତୁ ସାମାନ୍ୟ କାଶ, ଧଇଁସଇଁ ଲାଗିବା କିମ୍ବା ପତଳା ଝାଡ଼ା ଭଳି ଲକ୍ଷଣ ଦେଖାଯାଉଛି । ଏସବୁ ଲକ୍ଷଣ ଦେଖା ଦେଲେ ତୁରନ୍ତ କରୋନା ଟେଷ୍ଟ କରିନେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ନୀରଜ ମିଶ୍ର ।

ଲକ୍ଷଣ ବଦଳାଉଛିି କରୋନା!
ଭୟ ବଢ଼ାଉଛି ଭୂତାଣୁର ଲକ୍ଷଣ

ଅବଶ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିମ୍ବା ଅନ୍ୟ କୌଣସି ଅର୍ନ୍ତଜାତୀୟ ସ୍ୱାସ୍ଥ୍ୟ ସଂଗଠନ କରୋନାର ଏହି ନୂଆ ଲକ୍ଷଣ ସମ୍ପର୍କରେ ସ୍ପଷ୍ଟିକରଣ ରଖି ନାହାଁନ୍ତି । କିନ୍ତୁ କରୋନା ରୋଗୀଙ୍କୁ ଅତିନିକଟରୁ ଡକ୍ଟର ନୀରଜ ମିଶ୍ର ଅନୁଧ୍ୟାନ କରୁଥିବାରୁ ତାଙ୍କର ଏହି ବୟାନ ବେଶ ଗୁରୁତ୍ୱ ରଖୁଛି ।

ଭୁବନେଶ୍ୱରରେ ଶିଖର ଟପି ଗଲାଣି ସଂକ୍ରମଣ!
ଧୀରେ ଧୀରେ ଭୁବନେଶ୍ୱରରେ କମିବ ସଂକ୍ରମଣ

ବର୍ତମାନ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାରେ କରୋନର ପ୍ରକୋପ ଅଧିକ ଦେଖିବାକୁ ମିଳୁଛି । ତେବେ ଡାକ୍ତର ନୀରଜ ମିଶ୍ରଙ୍କ କହିବା ଅନୁସାରେ-ଭୁବନେଶ୍ୱରରେ ଶିଖର ଟପି ଗଲାଣି କରୋନା ସଂକ୍ରମଣ । ଚାରିଦିନ ହେଲାଣି ଭୁବନେଶ୍ୱରରେ ପିଜିଟିଭ୍ ସଂଖ୍ୟା ପୂର୍ବ ତୁଳନାରେ କମ ରହୁଛି । ବର୍ତମାନ ସଂକ୍ରମଣ ଏକ ପ୍ରକାର ସ୍ଥିତାବସ୍ଥାରେ ରହିଛି । ଆଗକୁ ମାମଲା ବେଶି ନକମିଲେ ମଧ୍ୟ ଆଖିଦୃଶ୍ୟା ଭାବେ ବଢ଼ିବ ନାହିଁ । ଅକ୍ଟୋବର ୨ୟ ସପ୍ତାହ ବେଳକୁ ମାମଲା ଧୀରେ ଧୀରେ କମିବ । ଆଉ ନଭେମ୍ବର ୧୭ ସୁଦ୍ଧା କରୋନା କମିବ ବୋଲି ଅନୁଧ୍ୟାନରୁ ଜଣାପଡ଼ିଥିବା କହିଛନ୍ତି ଡାକ୍ତର ମିଶ୍ର ।

ନଜର ପକାନ୍ତୁ ୪ ଦିନ ଭିତରେ ଖୋର୍ଦ୍ଧା ଜିଲ୍ଳା ଏବଂ ଭୁବନେଶ୍ୱରରେ କ’ଣ ରହିଛି କରୋନା ଗ୍ରାଫ୍ର ସ୍ଥିତି ।

ତାରିଖ ଭୁବନେଶ୍ୱର ଖୋର୍ଦ୍ଧା

୧୭ ସେପଟେମ୍ବର ୩୨୫ ୬୪୭
୧୬ ସେପଟେମ୍ବର ୩୬୨ ୮୭୬
୧୫ ସେପଟେମ୍ବର ୩୪୨ ୫୧୭
୧୪ ସେପଟେମ୍ବର ୩୫୧ ୭୫୮