ମୋବାଇଲ ନମ୍ବର କହିବ ଆପଣଙ୍କ ବୟସ କେତେ ! ନମ୍ବରର ଶେଷ ଅଙ୍କରୁ ପାଇପାରିବେ ବୟସର ସୂଚନା, ଜାଣନ୍ତୁ କିପରି ।

Advertisment
ମୋବାଇଲ ନମ୍ବର କହିବ ଆପଣଙ୍କ ବୟସ କେତେ ! ନମ୍ବରର ଶେଷ ଅଙ୍କରୁ ପାଇପାରିବେ ବୟସର ସୂଚନା, ଜାଣନ୍ତୁ କିପରି ।

image courtesy -mashable.com

ଆପଣ ହୁଏତ ପିଲାଦିନେ ଏପରି ଅନେକ ଖେଳ ଖେଳିଥିବେ। ଏବେ ହୁଏତ ଏସବୁ କଥା ଆମ ପାଇଁ ଆଉ ସେପରି ଗୁରୁତ୍ୱ ରଖୁ ନାହିଁ । ମାତ୍ର ପିଲାଙ୍କ ସକାଶେ ଏହା ଖୁବ୍ ମଜାଦାୟକ ହୋଇଥାଏ । ଏପରି ଏକ ଖେଳ ଖେଳିବା ସହ ଆପଣ ମନୋରଞ୍ଜନ କରିବା ସହ ନିଜ ପିଲାଙ୍କ ମସ୍ତିଷ୍କକୁ ତୀକ୍ଷ୍ମ କରିପାରିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଯଦି ଆପଣଙ୍କ ପିଲା ଗଣିତରେ ଟିକେ ଦୁର୍ବଳ ଅଛନ୍ତି ତେବେ ଏପରି ଖେଳ ସେମାନଙ୍କୁ ବାରମ୍ବାର ଖେଳାନ୍ତୁ । ଦେଖିବେ ଖେଳରେ ଖେଳରେ ଗଣିତକୁ ନେଇ ତାଙ୍କ ମନରେ ଥିବା ଭୟ ନିଶ୍ଚୟ କମିଯିବ । ତେବେ, ଶୀର୍ଷକରୁ ତ ଏକଥା ବୁଝି ସାରିବେଣି ନିଶ୍ଚୟ ଯେ ନିଜର ବୟସ ଜାଣିବା ପାଇଁ ଆମକୁ ପ୍ରଥମେ ଆମ ମୋବାଇଲ୍ ନମ୍ବରର ଶେଷ ଅକ୍ଷରଟିକୁ ନେବାକୁ ହେବ। ନିମ୍ନରେ ଆମେ ଗଣିତ ସହ ଏହି ପଜଲର ସମାଧାନ କରିଛୁ ।

publive-image

ଧରାଯାଉ ଆପଣଙ୍କ ମୋବାଇଲର ଶେଷ ଅଙ୍କର ୬
ଆପଣ ସେଥିରେ ୨ ଗୁଣନ୍ତୁ । ୬x୨= ଫଳାଫଳ ହେଲା ୧୨
ଏବେ ସେହି ଫଳାଫଳରେ ୫ ମିଶାନ୍ତୁ। ୧୨+୫= ଫଳାଫଳ ହେଲା ୧୭
ଏବେ ସେଥିରେ ପୁଣି ଥରେ ୫୦ ଗୁଣନ୍ତୁ। ୧୭x୫୦= ଫଳାଫଳ ହେଲା ୮୫୦
ମିଳିଥିବା ଫଳାଫଳରେ ୧୭୬୬ ମିଶାନ୍ତୁ। ୮୫୦+୧୭୬୬= ଫଳାଫଳ ହେଲା ୨୬୧୬
ଯେତିକି ଫଳାଫଳ ମିଳିଲା ଏବେ ସେଥିରୁ ଆପଣଙ୍କ ଜନ୍ମ ମାସ ଫେଡ଼ି ଦିଅନ୍ତୁ
ଧରାଯାଉ ଆପଣଙ୍କ ଜନ୍ମ ୧୯୯୨ ମସିହାରେ
ଆପଣ ଏବେ ୨୬୧୬ ରୁ ୧୯୯୨ କୁ ଫେଡ଼ିବେ
ଫଳାଫଳ ମିଳିଲା ୬୨୪
ପ୍ରଥମ ଅଙ୍କଟି ହେଉଛି ଆପଣଙ୍କ ମୋବାଇଲ୍ ନମ୍ବର
ବାକି ଦୁଇ ନମ୍ବର ଅର୍ଥାତ ୨୪ ହେଉଛି ଆପଣଙ୍କ ବୟସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe