ପଂଚମ ଶ୍ରେଣୀ ଯାଏ ମାତୃଭାଷା କିମ୍ବା ଆଂଚଳିକ ଭାଷାରେ ପିଲା ପଢିବେ ପାଠ । ଷଷ୍ଠ କ୍ଲାସରୁ ପିଲା ପଢ଼ିବେ ଧନ୍ଦାମୂଳକ ପାଠ, କେବଳ ମାର୍କ ନୁହେଁ ଦକ୍ଷତା ହେବ ମାପକାଠି

1,585

କନକ ବ୍ୟୁରୋ : ପଂଚମ ଶ୍ରେଣୀ ଯାଏ ମାତୃଭାଷା କିମ୍ବା ଆଂଚଳିକ ଭାଷାରେ ପିଲା ପାଠ ପଢିବେ । ଏଭଳି ନୂଆ ନିୟମ ହୋଇଛି ନୂଆ ଶିକ୍ଷାନୀତିରେ । ଏଣିକି ପରିବର୍ତିତ ଶିକ୍ଷା ଢାଂଚାରେ ପାଠ ପଢିବେ ଦେଶର ଛାତ୍ରଛାତ୍ରୀ । ଦୀର୍ଘ ୩୪ବର୍ଷ ପରେ ଭାରତୀୟ ଶିକ୍ଷାରେ ଏକ ବଡଧରଣର ପରିବର୍ତନ ଆଣିଛନ୍ତି କେନ୍ଦ୍ର ସରକାର ।

ବିଶେଷ କରି ପୂର୍ବ ପ୍ରାଥମିକ ଶିକ୍ଷା ଏବଂ ପ୍ରାରମ୍ଭିକ ଶିକ୍ଷାର ଢାଂଚା ବଦଳିବାକୁ ଯାଉଛି । ୩ ବର୍ଷରୁ ୮ ବର୍ଷର ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ବଦଳିବ । ଜାତୀୟ ଶିକ୍ଷାନୀତିରେ ଏଥର ବିଦ୍ୟାଳୟ ଶିକ୍ଷା ଏବଂ ଉଚ୍ଚ ଶିକ୍ଷାରେ ମୋଟ୍ ୨୭ଟି ପରିବର୍ତନ ହୋଇଛି । କେନ୍ଦ୍ର ସରକାର ଆଣିଥିବା ନୂଆ ଶିକ୍ଷାନୀତିରେ କଣ ସବୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତନ ରହିଛି ନଜର ପକାନ୍ତୁ ..

୧- ୩ ବର୍ଷରୁ ୬ ବର୍ଷ ଯାଏଁ ପୂର୍ବ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଇଁ ତିଆରି ହେବ ନୂଆ ପାଠ୍ୟକ୍ରମ

୨- ଷଷ୍ଠ ଶ୍ରେଣୀରୁ ପାଠ୍ୟକ୍ରମରେ ସାମିଲ ହେବ ଧନ୍ଦାମୂଳକ ଶିକ୍ଷା

୩- ଦଶମ ପାସ୍ କରିବା ବେଳକୁ ଛାତ୍ରଛାତ୍ରୀ ଗୋଟିଏ ଧନ୍ଦା ମୂଳକ ଶିକ୍ଷାରେ ନିପୁଣ ହୋଇସାରିଥିବେ

୪- ପଂଚମ ଶ୍ରେଣୀ ଯାଏଁ ପିଲାମାନେ ଘରେ କହୁଥିବା ଭାଷା, ମାତୃଭାଷା ଏବଂ ଆଂଚଳିକ ଭାଷାରେ ପାଠ ପଢିବେ 

୫- ପିଲାଙ୍କ ରିପୋର୍ଟ କାର୍ଡରେ କେବଳ ମାର୍କ ନୁହଁ ପିଲାଙ୍କ ଦକ୍ଷତା ସଂପର୍କରେ ଉଲ୍ଲେଖ ରହିବ

୬- ଆଇନ ଓ ଡାକ୍ତରୀ ଶିକ୍ଷାନୁଷ୍ଠାନ ବ୍ୟତୀତ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ଗୋଟିଏ ଛାତ ତଳକୁ ଆସିବ

୭- ବୋର୍ଡ ପରୀକ୍ଷାରେ ପିଲାଙ୍କର ପାଠ୍ୟପୁସ୍ତକ ବଦଳରେ ପିଲା କଣ ଶିଖିଲେ, ତାହା ଉପରେ ପ୍ରାଧାନ୍ୟ ରହିବ

୮- ଦେଶର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟ ପାଇଁ ଏକକ ପ୍ରବେଶିକା ପରୀକ୍ଷା ହେବ

୯ – ଦେଶର ସମସ୍ତ ଆଂଚଳିକ ଭାଷାରେ ଇ ପାଠ୍ୟକ୍ରମ ତିଆରି ହେବ

୧୦ – ଛାତ୍ରଛାତ୍ରୀଙ୍କ ଜ୍ଞାନ ମାପିବାକୁ ‘ପରଖ’ ନାମରେ ଜାତୀୟ ମୂଲ୍ୟାୟନ କେନ୍ଦ୍ର ଗଠନ ହେବ

୧୧- ନୂଆଶିକ୍ଷା ନୀତିରେ ସମସ୍ତ ସ୍ନାତକ, ସ୍ନାତକୋତର, ପିଏଚଡି କରୁଥିବା ଛାତ୍ରଛାତ୍ରୀ ଆବଶ୍ୟକସ୍ଥଳେ ପାଠ୍ୟକ୍ରମ ବଦଳାଇପାରିବେ

୧୨- ଦ୍ୱାଦଶ ଯାଏଁ ବଢିଲା କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ ପାଠ୍ୟକ୍ରମ

୧୩- ନୂଆ ଶିକ୍ଷାନୀତିରେ ବିଦ୍ୟାଳୟ ପାଠ୍ୟକ୍ରମରେ କୋଡିଂକୁ ଦିଆଯିବ ଗୁରୁତ୍ୱ