ତିର୍ତ୍ତୋଲରେ ବିଜୟ ଅଭିମୁଖେ ବିଜେଡି : ୨୪ ରାଉଣ୍ଡ ଶେଷ ସୁଦ୍ଧା ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର

196

କନକ ବ୍ୟୁରୋ : ତିର୍ତ୍ତୋଲରେ ଜାରି ରହିଛି ଭୋଟ ଗଣତି । ଏହାସହ ବିଜୟ ଅଭିମୁଖେ ଆଗେଇ ଚାଲିଛି ବିଜେଡି । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୨୪ ରାଉଣ୍ଡ ଶେଷ ସୁଦ୍ଧା ଆଗରେ ରହିଛନ୍ତି । ବର୍ତ୍ତମାନ ଏକ ପ୍ରକାର ବିଜେଡିର ବିଜୟ ସ୍ପଷ୍ଟ ହୋଇସାରିଲାଣି ।

୨୪ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୩ ହଜାର ୯୧୮ ଭୋଟ ପାଇଥିବା ବେଳେ ବିଜେପି ୮୪୬ ଓ କଂଗ୍ରେସ ୯୦୩ ଖଣ୍ଡ ଭୋଟ ପାଇଛି । ସେହିପରି ୨୩ ରାଉଣ୍ଡରେ ବିଜେଡି ୩ ହଜାର ୧୫, ବିଜେପି ୧ ହଜାର ୪୩ ଓ କଂଗ୍ରେସ ୧ ହଜାର ୪୦୩ ଭୋଟ ପାଇଛି । ୨୨ ରାଉଣ୍ଡରେ ମଧ୍ୟ ବିଜେଡି ୨ ହଜାର ୯୪୪ ଭୋଟରେ ଆଗରେ ରହିଥିବା ବେଳେ ବିଜେପି ଓ କଂଗ୍ରେସ ପଛରେ ରହିଛନ୍ତି ।