ତିର୍ତ୍ତୋଲରେ ବିଜେଡିର ରାଜୁତି । ୧୭ ରାଉଣ୍ଡ ଶେଷ ସୁଦ୍ଧା ଆଗରେ ରହିଛି ବିଜେଡି

117

କନକ ବ୍ୟୁରୋ : ଚାଲିଛି ତିର୍ତ୍ତୋଲ ଉପନିର୍ବାଚନ ଭୋଟ ଗଣତି । ତିର୍ତ୍ତୋଲରେ ଏବେ ଯାଏଁ ବିଜେଡି ଆଗରେ ରହି ଆସିଛି । ସବୁ ବୁଥରେ ସବୁ ଦଳଠାରୁ ଅଧିକ ଭୋଟ ପାଇଛି ବିଜେପି । ସେହିପରି ବିଜେଡି ପଛକୁ ବିଜେପି ଓ କଂଗ୍ରେସ ରହିଛନ୍ତି ।

୧୫,୧୬ ଓ ୧୭ ରାଉଣ୍ଡ ସୁଦ୍ଧା ଆଗରେ ରହିଛି ବିଜେଡି । ୧୫ ରାଉଣ୍ଡରେ ବିଜେପି ୩ ହଜାର ୫୭୨ ଭୋଟ ପାଇଥିବା ବେଳେ ବିଜେପି ୧ ହଜାର ୪୭୫ ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ୧ ହଜାର ୧୧୯ ଖଣ୍ଡ ଭୋଟ ପାଇଛି ।

ସେହିପରି ୧୬ ରାଉଣ୍ଡରେ ବିଜେଡି ୩ ହଜାର ୭୭୮ ଭୋଟ ପାଇଥିବା ବେଳେ ବିଜେପି ୨ ହଜାର ୧୩୩ ଖଣ୍ଡ ଭୋଟ ପାଇଛି । ଏହାସହ କଂଗ୍ରେସ ୭୪୦ ଖଣ୍ଡ ଭୋଟ ପାଇଛି । ୧୭ ରାଉଣ୍ଡରେ ମଧ୍ୟରେ ୩ ହଜାର ୫୫୪ ଖଣ୍ଡ ଭୋଟ ପାଇ ଆଗରେ ରହିଛି ବିଜେଡି । ସେହିପରି ବିଜେପି ୧ ହଜାର ୫୮୪ ଓ କଂଗ୍ରେସ ୬୦୯ ଖଣ୍ଡ ଭୋଟ ପାଇଛି ।