୨ୟ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ: ପଢନ୍ତୁ କିଏ ପାଇଲା କେତେ ଭୋଟ ?

177

କନକ ବ୍ୟୁରୋ: ଚାଲିଛି ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି । ପଦ୍ମପୁରରୁ ଆସିଲା ଦ୍ୱିତୀୟ ରାଉଣ୍ଡର ଟ୍ରେଣ୍ଡ । ଦ୍ୱିତୀୟ ରାଉଣ୍ଡରେ ବି ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ସମସ୍ତଙ୍କୁ ପଛରେ ପକାଇ ୩,୬୧୯ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ବର୍ଷା ବରିହା ଆଗରେ ରହିଛନ୍ତି । ଦ୍ୱିତୀୟ ରାଉଣ୍ଡରେ ବର୍ଷାଙ୍କୁ ୫ ହଜାର ୯୭ ଭୋଟ, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୩ ହଜାର ୧୯୦ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କୁ ୧୬୦ ଭୋଟ ମିଳିଛି ।

ପ୍ରଥମ ରାଉଣ୍ଡରେ ବି ବିଜେଡି ଆଗୁଆ ରହିଥିଲା । ପ୍ରାରମ୍ଭିକ ଟ୍ରେଣ୍ଡରୁ ବିଜେଡି ଆଗୁଆ ରହିଆସୁଛି । ତେବେ ପଦ୍ମପୁରରେ ବିଜେଡି ତା’ର ଆସନ ବଜାୟ ରଖୁଛି ନା ଧାମନଗର ପରି ପଦ୍ମପୁରରେ ପଦ୍ମ ଫୁଟାଇବ ବିଜେପି, ତା’ ଉପରେ ସମସ୍ତଙ୍କ ନଜର ରହିଛି ।