କନକ ବ୍ୟୁରୋ: ଚାଲିଛି ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି । ପଦ୍ମପୁରରୁ ଆସିଲା ୧୭ତମ ରାଉଣ୍ଡର ଟ୍ରେଣ୍ଡ । ୧ରୁ ୧୭ତମ ରାଉଣ୍ଡ ଯାଏଁ ବିଜେଡି ପ୍ରାର୍ଥୀ ଆଗୁଆ ରହିଆସିଛନ୍ତି । ସମସ୍ତଙ୍କୁ ପଛରେ ପକାଇ ଏହି ରାଉଣ୍ଡରେ ୫୪୧ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ବର୍ଷା ବରିହା ଆଗରେ ରହିଛନ୍ତି । ୧୭ତମ ରାଉଣ୍ଡରେ ବର୍ଷାଙ୍କୁ ୪ ହଜାର ୮୪ ଭୋଟ, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୩ ହଜାର ୫୪୩ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କୁ ୧୦୬ ଭୋଟ ମିଳିଛି ।
ଏବେ ସୁଦ୍ଧା ବିଜେଡି ମୋଟ ୩୦ ହଜାର ୫୯ ଭୋଟରେ ଆଗୁଆ ରହିଛି । ୧୭ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ମୋଟ ୮୯ ହଜାର ୪୬୫, ବିଜେପି ୫୯ ହଜାର ୪୦୬ ଓ କଂଗ୍ରେସ ଖାତାରେ ପଡିଛି ମୋଟ ୨୮୨୧ ଭୋଟ । ଆରମ୍ଭରୁ ସବୁ ରାଉଣ୍ଡରେ ବିଜେଡି ଆଗୁଆ ରହିଥିଲା । ପ୍ରାରମ୍ଭିକ ଟ୍ରେଣ୍ଡରୁ ବିଜେଡି ଆଗୁଆ ରହିଆସୁଛି । ତେବେ ପଦ୍ମପୁରରେ ବିଜେଡି ତା’ର ଆସନ ବଜାୟ ରଖୁଛି ନା ଧାମନଗର ପରି ପଦ୍ମପୁରରେ ପଦ୍ମ ଫୁଟାଇବ ବିଜେପି, ତା’ ଉପରେ ସମସ୍ତଙ୍କ ନଜର ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/12/14-12.jpg)