ଜୋର ଧରିଲା ଏକାମ୍ରକ୍ଷେତ୍ରରୁ ବାଇ-ଲ’ ପ୍ରତ୍ୟାହାର ଦାବି ପ୍ରସଙ୍ଗ । ପୁଣି ସାମ୍ବାଦିକ ସମ୍ମଳିନୀରେ ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ଟାର୍ଗେଟ, ସେପଟେ ଖଣ୍ଡପଡ଼ା ବିଧାୟକ ବିଜେପିର ଭୂମିକା ନେଇ ଉଠାଇଲେ ପ୍ରଶ୍ନ

78

କନକ ବ୍ୟୁରୋ: ବଢୁଛି ଏକାମ୍ର କ୍ଷେତ୍ର ବାଇ-ଲ ବିବାଦ । ଏହାକୁ ନେଇ ଦୁଇ ଦଳ ଆଜି କଥା କଟାକଟି ହୋଇଛନ୍ତି । ସାଂସଦ ଅପରାଜିଡା ଷଡଙ୍ଗା ଏକାମ୍ର କ୍ଷେତ୍ର ବାଇ-ଲ’ ପ୍ରସଙ୍ଗରେ ଆଜି ପୁଣି ଥରେ ସାମ୍ବାଦିକ ସମ୍ମିଳନୀ କରିବା ପରେ ଭୁବନେଶ୍ୱର ବିଜେପି ସାଂସଦଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେଡ଼ି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସୌମ୍ୟରଂଜନ କହିଛନ୍ତି କି, ଏକାମ୍ର କ୍ଷେତ୍ର ଓ ବାଇ-ଲ ପ୍ରସଙ୍ଗରେ ରାଜନୀତି ହେବା ଉଚିତ ନୁହେଁ । ପାର୍ଟି ଆଗ ନା ମାଟି ଆଗ ତାହା ବିଜେପି ନେତା ଚିନ୍ତା କରିବା ଦରକାର । କାରଣ ବିଜେପି ନେତାମାନେ ପାର୍ଟି ଓ ମାଟି କଥା କୁହନ୍ତି ।

ତେବେ ଅପରାଜିତା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି, ଗତକାଲି ବାଇ-ଲ ନେଇ ସଂପୂର୍ଣ୍ଣ ତଥ୍ୟ ରଖିଥିଲି । ବିଜେଡି ପକ୍ଷରୁ କୁହାଯାଇଛି ସଂସ୍କୃତି ବିଭାଗର ନିର୍ଦ୍ଦେଶକ ପ୍ରାଧିକୃତ ଅଧିକାରୀ ନୁହଁନ୍ତି । ତଥ୍ୟ ଭିତରକୁ ନଯାଇ ସେ କୌଣସି ଯୁକ୍ତି ବାଢ଼ନ୍ତି ନାହିଁ ବୋଲି ଅପରାଜିତା କହିଛନ୍ତି । ରାଜ୍ୟ ସରକାର ଓ ବିଜେଡି ପାଠ ପଢିକି ଆସନ୍ତୁ, ଲୋକଙ୍କୁ ଭ୍ରମିତ ନକରନ୍ତୁ ବୋଲି କହିଛନ୍ତି ଅପରାଜିତା । ୨୦ ଜାନୁଆରୀ ୨୦୨୧ରେ ଜାତୀୟ ଏନଏମଏ ଠାରୁ ୪ଟି ଏନଓସି ଘରୋଇ ପକ୍ଷରୁ ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କ ନିକଟକୁ ଆସିଛି । ତେଣୁ ରାଜ୍ୟ ସରକାର ପାଠ ପଢି ଆସନ୍ତୁ । ଏଥିରୁ ରାଜ୍ୟ ସରକାରଙ୍କ ଅପରିପକ୍ୱତାକୁ ଦର୍ଶାଉଛି ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।