ଉପନିର୍ବାଚନ ପାଇଁ ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ: ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହେଲେ ଜିଲ୍ଲା ନିର୍ବାଚନ ଅଧିକାରୀ; ଚାକିରି କରୁଥିବା ଭୋଟର ଇ.ଟି.ପି.ବି.ଏସ୍ ସେବା ମାଧ୍ୟମରେ କିପରି ଭୋଟ ଦେବେ ଆଲୋଚନା

Advertisment
ରାତି ପାହିଲେ ପଡ଼ିବ ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍ । ୪୮ଟି ବ୍ଲକର ୧୩୧ ଜିଲ୍ଲାପରିଷଦ ଜୋନରେ ହେବ ମତଦାନ ।

କନକ ବ୍ୟୁରୋ: ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। କୋଭିଡ୍‌ ନିୟମ ଅନୁପାଳନ ପୂର୍ବକ କିପରି ଦୁଇଟିଯାକ ନିର୍ବାଚନ ମଣ୍ଡଳୀରେ ସୁରୁଖୁରୁରେ ଭୋଟ ଦାନ ଓ ଭୋଟ ଗଣତି ଅନୁଷ୍ଠିତ ହେବ ସେଥିପାଇଁ ଭିଡିଓ କନଫରେନ୍‌ସିଂ ଜରିଆରେ ବାଲେଶ୍ବର ଓ ଜଗତସିଂହପୁର ଜିଲ୍ଲାର ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଧିକାରୀ ଓ ଅନ୍ୟ ଅଧିକାରୀମାନଙ୍କ ସହ ଶ୍ରୀ ଲୋହାନି ଆଲୋଚନା କରିଛନ୍ତି। ଏହି ଉପନିର୍ବାଚନରେ ସୂଚନା, ଯୋଗାଯୋଗ ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ (ଆଇସିଟି ଆପ୍ଲିକେସନ୍‌ସ୍‌) ସମ୍ପର୍କିତ ପ୍ରୟୋଗଗୁଡ଼ିକ ସମ୍ପର୍କରେ ବୈଠକରେ ବିସ୍ତୃତ ସମୀକ୍ଷା କରାଯାଇଛି।

ବୈଠକ ଆରମ୍ଭରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନି ଉଭୟ ଜିଲ୍ଲାର ଅଧିକାରୀମାନଙ୍କ ସହ ପୋଷ୍ଟାଲ ବାଲାଟର ବହୁଳ ଉପଯୋଗ ନେଇ ସମୀକ୍ଷା କରିଥିଲେ। ବୁଥ୍‌ସ୍ତରୀୟ ଅଧିକାରୀମାନେ (ବିଏଲ୍‌ଓ) ୧୪ ତାରିଖ ପର୍ଯ୍ୟନ୍ତ ଘରକୁ ଘର ବୁଲି ୮୦ ବର୍ଷରୁ ଊର୍ଦ୍ଧ୍ବ ବୟସର ଭୋଟର, ଭୋଟର ତାଲିକାରେ ଚିହ୍ନଟ ହୋଇଥିବା ଭିନ୍ନକ୍ଷମ ଭୋଟରମାନଙ୍କୁ ଯୋଗାଯୋଗ କରି ପୋଷ୍ଟାଲ୍‌ ବାଲାଟ୍‌ ଜରିଆରେ ମତଦାନ ପାଇଁ ଉଦ୍ଦିଷ୍ଟ ଆବେଦନ ଫର୍ମ-୧୨(ଘ) ପ୍ରଦାନ କରିବା କାର୍ଯ୍ୟକୁ ତ୍ବାରାନ୍ବିତ କରିବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ଚାକିରି କରୁଥିବା ଭୋଟରମାନେ ଇ.ଟି.ପି.ବି.ଏସ୍‌ ସେବା ମାଧ୍ୟମରେ କିପରି ସହଜରେ ଭୋଟ ଦେଇପାରିବେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା।

publive-image

ଚଳିତ ଉପନିର୍ବାଚନରେ କୋଭିଡ-୧୯କୁ ଦୃଷ୍ଟିରେ ରଖି ନିର୍ବାଚନ କମିସନ ପ୍ରାର୍ଥୀ ଓ ରାଜନୈତିକ ଦଳଗୁଡ଼ିକ ପାଇଁ ବିଭିନ୍ନ କ୍ଷେତ୍ରରେ ଅନ୍‌ଲାଇନ୍‌ ଆବେଦନ ଓ ଅନୁମତି ପ୍ରଦାନର ବ୍ୟବସ୍ଥା କରିଛନ୍ତି। ଏହି ବ୍ୟବସ୍ଥା ଅନୁଯାୟୀ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ ପାଇଁ ଅନ୍‌ଲାଇନ୍‌ରେ ସମସ୍ତ ତଥ୍ୟ ପୂରଣ କରିବେ। ଏହାର ଏକକିତା ନକଲକୁ ନୋଟାରାଇଜ୍‌ କରି ରିଟର୍ଣ୍ଣିଂ ଅଧିକାରୀଙ୍କୁ ପ୍ରଦାନ କରିବେ। ସେହିପରି ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ମଧ୍ୟ ପ୍ରଚାର ସମ୍ବନ୍ଧୀୟ ବିଭିନ୍ନ ପ୍ରକାରର ଅନୁମତି ଯଥା ସଭା ସମିତି, ମାଇକ୍‌ ଓ ଗାଡ଼ି ବ୍ୟବହାର ପାଇଁ ଅନ୍‌ଲାଇନ୍‌ରେ ସୁବିଧା ଆପ୍‌ ଜରିଆରେ ଆବେଦନ କରିବେ। ପ୍ରାର୍ଥୀ କିମ୍ବା ରାଜନୈତିକ ଦଳ ଦ୍ବାରା କୌଣସି ପ୍ରକାର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହେଲେ ସଚେତନ ନାଗରିକମାନେ ସି-ଭିଜିଲ୍‌ ଆପ୍‌ ଜରିଆରେ ରିଟର୍ଣ୍ଣିଂ ଅଧିକାରୀ ଓ କମିସନଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ।

ଏଥିପାଇଁ ସାଧାରଣ ଜନତା ଗୁଗୁଲ୍‌ ପ୍ଲେ ଷ୍ଟୋରରୁ ଏହି ଆପ୍‌କୁ ଡାଉନ୍‌ଲୋଡ଼ କରି ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ସମ୍ବନ୍ଧୀୟ କୌଣସି ଭିଡିଓ କ୍ଲିପ୍‌କୁ ଘଟଣା ଘଟିବାର ୫ ମିନିଟ୍‌ ମଧ୍ୟରେ ଅପଲୋଡ୍‌ କଲେ ସମ୍ପୃକ୍ତ ଅଧିକାରୀ ତ୍ବରିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ୩୮-ବାଲେଶ୍ବର ଓ ୧୦୨-ତିର୍ତ୍ତୋଲ (ଏସ୍‌ସି) ନିର୍ବାଚନ କ୍ଷେତ୍ର ପାଇଁ ଇଆର୍‌ଓ ନେଟ୍‌ ମାଧ୍ୟମରେ ଚୂଡ଼ାନ୍ତ ଭୋଟର ତାଲିକା ଓ ବୁଥ୍‌ ତାଲିକା ପ୍ରକାଶନ ସମ୍ପର୍କରେ ଗୁରୁତ୍ବ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe