କନକ ବ୍ୟୁରୋ: ସରିଛି ଭୋଟ । ଏବେ ସମସ୍ତଙ୍କ ମନରେ ଉତ୍କଣ୍ଠା କିଏ ଜିତିବ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ । ଆସନ୍ତାକାଲି ଏହି ଦୁଇଟି ଆସନ ପାଇଁ ସକାଳ ୮ଟାରୁ ଭୋଟଗଣତି ହେବ । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପଂହଚିଛି । ତିର୍ତ୍ତୋଲ ଆସନର ଭୋଟଗଣତି ଏସଭିଏମ କଲେଜରେ ହେବ ।
ଇଭିଏମ ଭୋଟଗଣତି ପାଇଁ ଦୁଇଟି ହଲର ବ୍ୟବସ୍ଥା ହୋଇଥିବାବେଳେ ପୋଷ୍ଟାଲ ବାଲଟ ପାଇଁ ଗୋଟିଏ ହଲର ବ୍ୟବସ୍ଥା ହୋଇଛି । ଇଭିଏମ ଭୋଟଗଣତି ପାଇଁ ୧୪ଟି ଟେବୁଲ ଓ ପୋଷ୍ଟାଲ ବାଲଟ ନିମନ୍ତେ ୨ଟି ଟେବୁଲର ବ୍ୟବସ୍ଥା ହୋଇଛି । ସେହିଭଳି ବାଲେଶ୍ୱର ସଦର ପାଇଁ ଜିଲ୍ଲାପାଳଙ୍କ ଅଫିସ ପରିସରରେ ଥିବା ଷ୍ଟ୍ରଙ୍ଗରୁମରେ ଗଣତି ହେବ । ସବୁ କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରାଯାଇଛି ।