ଉପନିର୍ବାଚନ ପାଇଁ ପାଗ ଭିଡୁଛନ୍ତି ନେତା । ବାଲେଶ୍ୱରରେ ନାମାଙ୍କନ ଭରିଲେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ । ତିର୍ତ୍ତୋଲରେ ବି ଉଷୁମ ଉପ-ନିର୍ବାଚନ ପାଣି…

102
କନକ ବ୍ୟୁରୋ: ବାଲେଶ୍ୱର, ତିର୍ତୋଲ ଉପ ନିର୍ବାଚନରେ କାହାକୁ ମିଳିବ ଜନତାଙ୍କ ଭୋଟ, କାହାର ହେବ ବାଜିମାତ । ଆରମ୍ଭ ହୋଇଯିବ ଘମାଘୋଟ ଲଢେଇ । ପାଗ ଭିଡିଲାଣି ରାଜନୀତି । ବାଲେଶ୍ୱର ବିଜେଡିରେ ଥିବା ଗୋଷ୍ଠୀ କନ୍ଦଳକୁ ପଛରେ ପକାଇ ଆଜି ବିଜେଡି ପ୍ରାର୍ଥୀ ସ୍ୱରୁପ ଦାସଙ୍କୁ ଜିତାଇବା ପାଇଁ ଅଂଟା ଭିିଡିଛନ୍ତି ବିଜେଡି କର୍ମୀ । କୋଭିଡ କଟକଣା ଭିତରେ ଆଜି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସ୍ୱରୁପ ଦାସ ।
କରୋନା କଟକଣା ଭିତରେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ନାମାଙ୍କନ ପତ୍ର ଭରିଛନ୍ତି । ପୂର୍ବରୁ ସଂଗଠନ ଦୁର୍ବଳ ରହିଥିଲେ ମଧ୍ୟ ଏବେ ସଂଗଠନକୁ ମଜବୁତ କରି ରାସ୍ତା, ଡ୍ରେନେଜକୁ ପ୍ରସଙ୍ଗ କରି ଦଳ ଭୋଟ ମାଗିବ ବୋଲି କହିଛି କଂଗ୍ରେସ । ନିର୍ବାଚନୀ ବୈଚରଣୀ ପାରହେବା ପାଇଁ ଦଳ ରଣନୀତି ପ୍ରସ୍ତୁତ କରିସାରିଛି । ସେପଟେ ଗତକାଲି ବିଜେପି ପ୍ରାର୍ଥୀ ମାନସ ଦତ ତାଙ୍କ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ।
ସେପଟେ ତିର୍ତୋଲ ଉପନିର୍ବାଚନ ପାଇଁ ପ୍ରଚାର ଜମି ଜମି ଆସୁଛି ।  ଆଜି କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକ ମା ଶାରଳାଙ୍କ ମନ୍ଦିରରେ ଦର୍ଶନ କରିବା ପରେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି । ପୂର୍ବରୁ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ପ୍ରାର୍ଥୀ ପତ୍ର ଦାଖଲ କରିସାରିଛନ୍ତି ।  ୧୬ ତାରିଖରେ ବିଜେଡି ନାମାଙ୍କନ ପତ୍ର ଦାଖଲ କରିବା ସହ ପ୍ରଚାର ମୈଦାନକୁ ଓହ୍ଲାଇବ । ଉଭୟ ବାଲେଶ୍ୱର ସଦର ଏବଂ ତିର୍ତୋଲରେ ନଭେମ୍ବର ୩ ତାରିଖରେ ଭୋଟ ପଡିବ ଏବଂ ୧୦ ତାରିଖରେ ହେବ ଗଣତି ।