ସରଗରମ ହେଉଛି ଉପନିର୍ବାଚନ ରାଜନୀତି । ତିର୍ତୋଲରେ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର ଆରମ୍ଭ : ସେପଟେ ବିଜେଡିର ବରିଷ୍ଠ ନେତା ପ୍ରସ୍ତୁତ କରୁଛନ୍ତି ରଣନୀତି

80

କନକ ବ୍ୟୁରୋ : ତିର୍ତୋଲ ଉପନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ଏବେ ସରଗରମ ହୋଇଛି ତିର୍ତୋଲ ରାଜନୀତି । ବିଜେପି ଜୋରଦାର ପ୍ରଚାର ଆରମ୍ଭ କରିଦେଇଛି । ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ଆଜି ବିରିଡିରୁ ପ୍ରଚାର କରିଛନ୍ତି । ଦୁଇ ଦୁଇ ଥର ହାରିଥିବାରୁ ଏଥର ଜିତାଇବା ପାଇଁ ଜନତାଙ୍କୁ ନିବେଦନ କରିଛନ୍ତି । ସେପଟେ କଂଗ୍ରେସ ମଧ୍ୟ ବିରିଡିରୁ ପ୍ରଚାରକୁ ଜୋରଦାର କରିଛି ।

କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକ କହିଛନ୍ତି ୬୧ ଦିନରେ ୬୧ ପଂଚାୟତ ମଧ୍ୟରୁ ଅଧିକାଂଶ ସ୍ଥାନରେ ପହଂଚିସାରିଛନ୍ତି । ଆଉ ଏଠାରେ ଯାହା ବି ବିକାଶ ହୋଇଛି କଂଗ୍ରେସ ଅମଳରେ ହୋଇଛି । ତେଣୁ ଲୋକେ କଂଗ୍ରେସକୁ ବାଛିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେପଟେ ବିଜେଡି ପ୍ରାର୍ଥୀ ପ୍ରଚାର କରିନଥିଲେ ମଧ୍ୟ ମନ୍ତ୍ରୀ ଅରୁଣ ସାହୁ, ବିଜେଡି ନେତା ସଂଜୟ ଦାସ ବର୍ମା କର୍ମୀ ସମ୍ମିଳନୀରେ ଯୋଗଦେଇ ଉପ-ନିର୍ବାଚନ ପ୍ରସଙ୍ଗରେ ଆଲୋଚନା କରି ପରବର୍ତି ରଣନୀତି ପ୍ରସ୍ତୁତ କରିଛନ୍ତି । ଯାହାକୁ ନେଇ ଏବେ ସରଗରମ ହୋଇଛି ଉପ-ନିର୍ବାଚନ ରାଜନୀତି ।