ସରୁଛି ସମୟ ଜମୁଛି ପ୍ରଚାର । ଆଜି ସନ୍ଧ୍ୟାରେ ସରିବ ବାଲେଶ୍ୱର ଓ ତିର୍ତୋଲ ଉପ ନିର୍ବାଚନ ପାଇଁ ପ୍ରଚାର । ମନ୍ତ୍ରୀ ନିର୍ବାଚନ ମଣ୍ଡଳୀ ଛାଡ଼ି ଯାଇନଥିବା ବିଜେପି ଆଣିଲା ଅଭିଯୋଗ । ବିଜେଡ଼ିକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଟାର୍ଗେଟ

105

କନକ ବ୍ୟୁରୋ : ଆଜି ସରିବ ବାଲେଶ୍ୱର ଓ ତିର୍ତୋଲ ଉପ-ନିର୍ବାଚନ ପାଇଁ ପ୍ରଚାର । ସେଥିପାଇଁ ଶେଷ ମୁହୁର୍ତରେ ଭୋଟର୍ଙ୍କୁ ଆକର୍ଷିତ କରିବା ପାଇଁ ୩ ପ୍ରମୁଖ ଦଳର ଉଦ୍ୟମ ଜାରି ରଖିଛନ୍ତି । ଆଜି ଶେଷ ଦିନରେ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ଭୋଟ୍ ମାଗୁଛନ୍ତି ନେତା । ବିଜେଡି ପକ୍ଷରୁ ପ୍ରଚାର କରୁଛନ୍ତି ନେତା ଓ ଅଭିନେତା । ସବୁ ଆସନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେଉଛି । ବାଲେଶ୍ୱରରେ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ଉପସ୍ଥିତି ମାହୋଲକୁ ଅଧିକ ଗରମ କରିଛି । ଆଉ ଗୋଟିଏ ଦିନ ପରେ ଭୋଟ ହେଉଥିବାରୁ ପୋଲିଂ ବୁଥଗୁଡିକୁ ପୋଲିଂ ପାର୍ଟି ପଠାଇବା କାମ ଚାଲିଛି । କରୋନା କଟକଣା ମଧ୍ୟରେ ରାଜ୍ୟରେ ପ୍ରଥମ ନିର୍ବାଚନ ହେଉଛି ।

ସେପଟେ ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ବାଲେଶ୍ୱରରେ ପ୍ରଚାର ସରୁଥିବାବେଳେ ପ୍ରଚାର ଜୋରଦାର ହୋଇଛି । ବିଜେଡିର ନେତାମନ୍ତ୍ରୀ ଏଯାଏଁ ନିର୍ବାଚନମଣ୍ଡଳୀ ଛାଡି ଯାଇନଥିବା ଅଭିଯୋଗ ଆଣିଛି ବିଜେପି । ଏନେଇ ଦଳ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛି । ବିଜେପି ନେତ୍ରୀ ଲେଖାଶ୍ରୀ କହିଲେ, ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ କରୁଛି ବିଜେଡି । ଭୋଟରଙ୍କୁ ପ୍ରଭାବିତ କରିବା ସହ ସରକାରୀ କଳର ନେତା ଅପବ୍ୟବହାର କରୁଛନ୍ତି ।

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବିଜେଡିକୁ ଟାର୍ଗେଟ କରିଛନ୍ତି । ପ୍ରତାପ ଷଡଙ୍ଗୀ କହିଛନ୍ତି, ଉପନିର୍ବାଚନ ବେଳେ ବାଲେଶ୍ୱରକୁ ବିକାଶର ଚରମ ଶିଖରକୁ ନେଇଯିବେ ବୋଲି କହୁଛନ୍ତି ବିଜେଡି ସୁପ୍ରିମୋ, ତେବେ ୨୦ ବର୍ଷ ଶାସନ କାଳରେ କଣ କରିଛି ବିଜେଡି ? ବାଲେଶ୍ୱର କି ଓଡିଶାର ବିକାଶ ନୁହେଁ କେବଳ ଶିଳାନ୍ୟାଶ କରିଛି ବିଜେଡି ।