ଉଷୁମ ହେଉଛି ଉପନିର୍ବାଚନ ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ଭୋଟର ମୁହାଁ ପ୍ରାର୍ଥୀ । ଘରକୁ ଘର ବୁଲି ଚାଲିଛି କ୍ୟାମ୍ପେନ, ୨୩ରୁ ପ୍ରଚାର ମୈଦାନକୁ ଓହ୍ଳାଇବେ ଧର୍ମେନ୍ଦ୍ର ।

କନକ ବ୍ୟୁରୋ: ଜୋର ଧରିଲାଣି ବାଲେଶ୍ୱର ଉପ ନିର୍ବାଚନ ତାତି । ପ୍ରଚାର ମୈଦାନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ମାଗିବାକୁ ଓହ୍ଲାଇଛନ୍ତି ଦଳର ହେଭିୱେଟ ନେତା । ବାଲେଶ୍ୱରରେ ଡେରା ପକାଇଛନ୍ତି ମନ୍ତ୍ରୀ, ବିଧାୟକଙ୍କ ସହ ଦଳର ତୁଙ୍ଗ ନେତା । ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାଶ ନିଜେ ମୈଦାନକୁ ଓହ୍ଲାଇ ଡୋର ଟୁ ଡୋର କ୍ୟାମ୍ପେନ୍ କରୁଛନ୍ତି । ତାଙ୍କ ପାଇଁ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମଧ୍ୟ ପ୍ରଚାର କରୁଛନ୍ତି । ସମସ୍ତେ ଭିନ୍ନ ଭିନ୍ନ ଉପାୟ ଓ କୌଶଳରେ ଭୋଟରଙ୍କୁ ମନେଇବାକୁ କରୁଛନ୍ତି ଉଦ୍ୟମ । ସେପଟେ ବିଜେପି ପ୍ରାର୍ଥୀ ଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ସମୀର ମହାନ୍ତି । କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କ ପାଇଁ ଦଳୀୟ ନେତା ପ୍ରଚାର କରୁଛନ୍ତି ।

ବାଲେଶ୍ୱରରେ ସରଗରମ୍ ହୋଇଛି ଉପନିର୍ବାଚନ ପ୍ରଚାର । ବିଜେପି ପ୍ରାର୍ଥୀ ମାନସ ଦତଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଆଜି ବାଲେଶ୍ୱର ମୁନିସିପାଲଟି ଅଂଚଳରେ ପଦ ଯାତ୍ରା ସହିତ ଚଳାଇଛନ୍ତି ପ୍ରଚାର । ମୁନିସିପାଲିଟି ଅଫିସରୁ ସହରର ଗଳିକନ୍ଦି ବୁଲି ଦଳୀୟ ପ୍ରାର୍ଥୀ ମାନସ ଦତଙ୍କ ପାଇଁ ଡୋର ଟୁ ଡୋର କରୁଛନ୍ତି ଭୋଟ୍ ଭିକ୍ଷ।। । ଏଥର ବାଲେଶ୍ୱର ସଦର ଉପନିର୍ବାଚନରେ ହେଉଛି ତ୍ରିମୁଖୀ ଲଢେଇ ହେଉଛି । ବିଜେଡିର ସ୍ୱରୂପ ଦାଶ, ବିଜେପିର ମାନସ ଦତ ଏବଂ କଂଗ୍ରେସର ମମତା କୁଣ୍ଡୁଙ୍କ ମଧ୍ୟରେ ଏଥର ଉପନିର୍ବାଚନ ଟକ୍କର ଦେଖିବାକୁ ମିଳିଛି ।

ସେପଟେ ୨୨ରୁ ପ୍ରଚାର ମୈଦାନକୁ ଓହ୍ଲାଇବେ ହେଭିୱେଟ । ୨୩ରୁ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୩ରେ ତିର୍ତୋଲ ଓ ୨୪ରେ ବାଲେଶ୍ୱରରେ ସେ ପ୍ରଚାର କରିବେ । ୨୩ରେ ତିର୍ତୋଲରେ ରୋଡ ଶୋ କରିବେ ଧର୍ମେନ୍ଦ୍ର ପ୍ରଧାନ । ସେଠାରେ ସେ କିଛି ବୈଠକ କରିବେ । ପରେ ୨୪ରେ ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀ ପ୍ରଚାର କରିବେ । ଏହାପରେ ଅନ୍ୟ ଷ୍ଟାର ପ୍ରଚାରକ ମୈଦାକୁ ଓହ୍ଲାଇବେ ।