ନଭେମ୍ବର ୨୯ ସୁଦ୍ଧା ସରିବ ଉପନିର୍ବାଚନ: ବିହାର ସାଧାରଣ ନିର୍ବାଚନ ସହ ଏକତ୍ର ହେବ ଖାଲିପଡିଛି ୬୪ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଭୋଟିଂ

ଓଡିଶାର ତିର୍ତ୍ତୋଲ ଓ ବାଲେଶ୍ୱର ସଦରରେ ହେବ ଉପ ନିର୍ବାଚନ

128

କନକ ବ୍ୟୁରୋ: ନଭେମ୍ବର ୨୯ସୁଦ୍ଧା ସରିବ ଉପନିର୍ବାଚନ । ଓଡ଼ିଶାର ତିର୍ତୋଲ ଓ ବାଲେଶ୍ୱର ସଦରରେ ହେବ ଉପନିର୍ବାଚନ । ଏହାସହ ନଭେମ୍ବର ୨୯ସୁଦ୍ଧା ବିହାର ସାଧାରଣ ନିର୍ବାଚନ ସାରିବାକୁ ଇସିଆ ନିଷ୍ପତି ନେଇଛନ୍ତି । ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବ ଓ ନିର୍ବାଚନ ଅଧିକାରୀଙ୍କ ସହ ବୈଠକ ପରେ ଏହି ନିଷ୍ପତି ହୋଇଛି । ଦେଶରେ ଖାଲିପଡିଥିବା ୬୪ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଉପନିର୍ବାଚନ ହେବ । ବିହାର ବିଧାନସଭା ନିର୍ବାଚନ ସମୟରେ ଅନ୍ୟ ୬୪ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଉପନିର୍ବାଚନ କରିବାକୁ ନିଷ୍ପତି ହୋଇଛି ।