ଗୋଟିଏ କ୍ଲିକରେ ଆପଣଙ୍କର ସବୁ ସମସ୍ୟାର ହୋଇଯିବ ସମାଧାନ ! ଖୁବ ଶୀଘ୍ର ଉପଲବ୍ଧ ହେବ ମ୍ୟାଜିକ୍ ନମ୍ବର ।

34

ଖୁବ୍ ଶୀଘ୍ର ସାରା ଦେଶରେ ଉପଲବ୍ଧ ହେବ ୧୧୨ ନମ୍ବର । ଯାହା ଏକ ଜରୁରୀକାଳୀନ ନମ୍ବର ଅଟେ । ଏହି ନମ୍ବରରେ କଲ କରି କୌଣସି ବି ବ୍ୟକ୍ତି ନିଜ ଅଭିଯୋଗ ଜଣାଇପାରିବେ ଏବଂ ଏଠାରୁ ହିଁ ସମ୍ବନ୍ଧିତ ବିଭାଗଗୁଡିକୁ ଅଭିଯୋଗ ପଠାଯାଇ ଅଭିଯୋଗକାରୀଙ୍କୁ ସହାୟତା ପ୍ରଦାନ କରାଯିବ । ତେବେ ଏନେଇ ସରକାରଙ୍କ ତରଫରୁ ପ୍ରସ୍ତୁତି ଜୋରଦାର ଚାଲିଛି । ଆସନ୍ତାକାଲି କେନ୍ଦ୍ର ଗୃହ ସଚିବ ସମସ୍ତ ରାଜ୍ୟର ଉଭୟ ମୁଖ୍ୟ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଏସଂପର୍କରେ ଆଲୋଚନା କରିବେ ।

୧୧୨ ନମ୍ବର ଏକ ଅନ୍ତରାଷ୍ଟ୍ରୀୟ ଏମରଜେନସି ନମ୍ବର ଏବଂ ବିଶ୍ୱର ଅଧିକାଂଶ ସମୃଦ୍ଧିଶାଳୀ ଦେଶଗୁଡିକରେ ଏହି ନମ୍ବର ଉପରେ ସମସ୍ତ ଏମରଜେନସି ସେବାଗୁଡିକ ଉପଲବ୍ଧ । ଭିଡିଓ କନଫରେନସିଂ ସମୟରେ ନ୍ୟାସନାଲ ଏମରଜେନ୍ସି ରେସପନ୍ସ ସିଷ୍ଟମ ଉପରେ ବିଚାର କରାଯିବା ସହିତ ୧୧୨ ନମ୍ବରକୁ ଦେଶର ସବୁ ପ୍ରକାରର ଜରୁରୀକାଳୀନ ସେବାଗୁଡିକ ପାଇଁ ବ୍ୟବହାର କରାଯିବା ନେଇ ନିଷ୍ପତି ନିଆଯିବ । ଯଦି ଏହା ସଫଳ ହୋଇଯାଏ ତେବେ ପୁଲିସ ସହାୟତା ପାଇଁ ୧୦୦, ଅଗ୍ନିଶମ ସେବା ପାଇଁ ୧୦୧, ଜନନୀ ସୁରକ୍ଷା ପାଇଁ ୧୦୨ ଏବଂ ଅନ୍ୟ ଆମ୍ବୁଲାନ୍ସ ପାଇଁ ୧୦୮ଏବଂ ମହିଳାଙ୍କ ସୁରକ୍ଷା ପାଇଁ ୧୦୯୦ କିମ୍ବା ୧୮୧ ନମ୍ବର ଡାଏଲ କରିବାର ଆଉ ଦରକାର ପଡିବ ନାହିଁ । ଅର୍ଥାତ ଏହିସବୁ ସେବାଗୁଡିକ ପାଇଁ ଆପଣ କେବଳ ୧୧୨ ନମ୍ବର ଡାଏଲ କରି ହିଁ ସବୁ ସୁବିଧା ପାଇପାରିବେ ।