ଉପନିର୍ବାଚନ ପାଇଁ ମତଦାନ ଜାରି । ସନ୍ଧ୍ୟା ୫ଟା ସୁଦ୍ଧା ୬୮.୦୮% ମତଦାନ । ବାଲେଶ୍ୱରରେ ୫ଟା ସୁଦ୍ଧା ୬୮.୧୯% ମତଦାନ । ତିର୍ତ୍ତୋଲରେ ୬୭.୯୭ % ମତଦାନ ରେକର୍ଡ

96

କନକ ବ୍ୟୁରୋ : ଉପନିର୍ବାଚନ ପାଇଁ ଦୁଇଟି ଆସନରେ ଜାରି ରହିଛି ମତଦାନ । ସନ୍ଧ୍ୟା ୫ଟା ସୁଦ୍ଧା ୬୮.୦୮% ମତଦାନ ରେକର୍ଡ ହୋଇଛି । ବାଲେଶ୍ୱରରେ ୫ଟା ସୁଦ୍ଧା ୬୮.୧୯% ମତଦାନ ହୋଇଥିବା ବେଳେ ତିର୍ତ୍ତୋଲରେ ୬୭.୯୭ % ମତଦାନ ରେକର୍ଡ ହୋଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ପ୍ରଥମେ ସକାଳ ୯ଟାରେ ୧୨.୧୧ ପ୍ରତିଶତ ଭୋଟ୍ ପଡିଥିବା ବେଳେ ଦିନ ୧୧ଟା ସୁଦ୍ଧା ଏହା ୨୬.୨୪ ପ୍ରତିଶତ ରେକର୍ଡ ହୋଇଥିଲା । ତେବେ ବାଲେଶ୍ୱର ଆସନରେ ୧୧ଟା ସୁଦ୍ଧା ୨୭.୦୬ ଏବଂ ତିର୍ତୋଲରେ ୨୪.୯୩ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଦିନ ଗୋଟାଏ ସୁଦ୍ଧା ଏହି ଦୁଇ ଉପନିର୍ବାଚନ ଆସନରେ ମୋଟ୍ ୪୦ ଦଶମିକ ୫୧ ପ୍ରତିଶତ ମତଦାନ ହୋଇଥିଲା । ସେହିପରି ଦିନ ୩ଟା ସୁଦ୍ଧା ୫୫.୦୪ % ମତଦାନ ହୋଇଥିଲା । ବାଲେଶ୍ୱର ସଦରରେ ୫୪.୮୫ % ଓ ତିର୍ତ୍ତୋଲରେ ୫୫.୨୩ % ମତଦାନ ରେକର୍ଡ ହୋଇଥିଲା ।

ଦୁଇ ସ୍ଥାନରେ ସକାଳ ୭ ଟାରୁ ସଂଧ୍ୟା ୬ ଟା ଯାଏଁ ଚାଲିବ ମତଦାନ । ତିର୍ତୋଲରେ ୨ ଲକ୍ଷ ୩୯ ହଜାର ୧୫୩ ଜଣ ଭୋଟର ୩୭୩ ଟି ବୁଥରେ ମତଦାନ କରୁଛନ୍ତି । ସେହିପରି ବାଲେଶ୍ୱରରେ ୨ଲକ୍ଷ ୩୦ହଜାର ୨୯୭ ଜଣ ଭୋଟର ୩୪୬ଟି ବୁଥରେ ଭୋଟ ଦେଉଛନ୍ତି । କରୋନା କଟକଣା ଭିତରେ ଆରମ୍ଭ ହୋଇଛି ଭୋଟ ଗ୍ରହଣ । ମତଦାନ ସମୟରେ ଭୋଟରଙ୍କ ଧାଡି ମଧ୍ୟରେ ୬ ଫୁଟର ଦୂରତା । ମତଦାନ ଆଗରୁ ସମସ୍ତ ଭୋଟରଙ୍କ ଥର୍ମାଲ ସ୍କାନିଂ କରାଯାଉଛି । ଏହା ପରେ ହାତ ଧୋଇବା ବାଧ୍ୟତାମୂଳକ କରାଯାଇଛି । ପୋଲିଂ କର୍ମଚାରୀ ପିପିଇ କିଟ୍ ପିନ୍ଧି ପୁରା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ସେହିପରି କରୋନା ପଜିଟିଭ୍ ବ୍ୟକ୍ତି ବି କରିପାରିବେ ମତଦାନ । ଯାହାର କରେନା ପଜିଟିଭ୍ ଥିବ, ସେମାନେ ପିପିଇ କିଟ୍ ପିନ୍ଧି ମତ ସାବ୍ୟସ୍ତ କରିପାରିବେ ।