ସକାଳୁ ସକାଳୁ ରାଜଧାନୀରେ ଅସହ୍ୟ ଗୁଳୁଗୁଳି । ୫ଟା ୩୦ ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୦.୬ ଡିଗ୍ରୀ ରେକର୍ଡ

160

କନକ ବ୍ୟୁରୋ : ସକାଳୁ ସକାଳୁ ରାଜଧାନୀରେ ଅସହ୍ୟ ଗୁଳୁଗୁଳି । ୫.୩୦ ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୦.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ରାଜଧାନୀରେ ଆଦ୍ରତା ରହିଛି ୯୦ ପ୍ରତିଶତ । ସକାଳୁ ସକାଳୁ ଏପରି ଗୁଳୁଗୁଳି ଲୋକଙ୍କୁ କଲବଲ କରୁଥିବା ବେଳେ ଦିନ ୧୨ କିମ୍ବା ୧ଟା ବେଳକୁ ତାତି ଲୋକଙ୍କୁ ଆହୁରି କଲବଲ କରିପାରେ ।

ତେବେ ଦୀର୍ଘ ୫୦ ବର୍ଷର ରେକର୍ଡ ଭାଙ୍ଗିଛି ଚଳିତ ବର୍ଷର ଖରା । ଗଲା ୫୦ ବର୍ଷରେ ଏଭଳି ଖରା ଦେଖିବାକୁ ମିଳିନଥିଲା । ଏବର୍ଷ ବର୍ତମାନ ସୁଦ୍ଧା ୨୧ଟି ଗ୍ରୀଷ୍ମ ଲହରି ଦିନ ହେଲାଣି । ପାଣିପାଗ ବିଭାଗର ଆକଳନ ଆହୁରି ୩ ଦିନ ତାତିରୁ ନିସ୍ତାର ମିଳିବ ନାହିଁ । ଆହୁରି ୩ଦିନ ରାଜ୍ୟରେ ଲୋକେ ଖରାରେ ସିଝିବେ ।