କନକ ବ୍ୟୁରୋ: ମଙ୍ଗଳବାର ଦେଶରେ ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ । ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଏହା ହେଉଛି ଶେଷ ବଜେଟ୍ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୈଠକକୁ ସମ୍ଭୋଧିତ କରିଛନ୍ତି । ସଂସଦରେ ରାଷ୍ଟ୍ରପତି ମୁର୍ମୁଙ୍କ ଏହା ହେଉଛି ପ୍ରଥମ ଭାଷଣ । ଏହି ଅବସରରେ ସରକାରଙ୍କ ଉପଲବ୍ଧି ଓ ଆଗାମୀ ଲକ୍ଷ୍ୟ ବାବଦରେ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Kanak News is now on WhatsApp
Join and get latest news updates delivered to you via WhatsApp
ବଜେଟ୍ ଅଧିବେଶନରେ ରାଷ୍ଟ୍ରପତିଙ୍କ ଉଦବୋଧନ
- ଆମକୁ ଏପରି ଏକ ଭାରତ ଗଠନ କରିବାକୁ ହେବ, ଯେଉଁଥିରେ ଅତୀତର ଗୌରବ ଥିବ, ଦାରିଦ୍ର୍ୟ ନ ଥିବ
- ଯୁବକମାନେ ସମୟ ଠାରୁ ଦୁଇ ପାଦ ଆଗରେ ଥିବେ
- ୨୦୪୭ ସୁଦ୍ଧା ଏକ ସ୍ୱର୍ଣ୍ଣିମ ଭାରତ ଗଠନ କରିବାର ଲକ୍ଷ୍ୟ ରହିଛି
- ଆମକୁ ଆତ୍ମନିର୍ଭରଶୀଳ ଭାରତ ଗଠନ କରିବାକୁ ହେବ
- ଭାରତ ଗୋଟିଏ ସ୍ଥିର, ନିର୍ଭୀକ, ନିର୍ଣ୍ଣାୟକ ସରକାର ପାଇଛି
- ଆମ ସରକାର ଦାସତ୍ୱର ମାନସିକତାରୁ ଦେଶକୁ ମୁକ୍ତ କରିବାକୁ ଅନବରତ ପ୍ରୟାସ କରୁଛନ୍ତି
- ଭାରତୀୟ ସେନାର ପରମବୀରଚକ୍ର ବିଜେତାଙ୍କ ନାଁରେ ଆଣ୍ଡମାନ ନିକୋବରର ୨୧ ଦ୍ୱୀପୁଞ୍ଜର ନାମାକରଣ କରାଯାଇଛି
- ରାଜପଥ ଏବେ କର୍ତ୍ତବ୍ୟ ପଥ ପାଲଟିଛି
- ଦାରିଦ୍ର୍ୟର ସ୍ଥାୟୀ ସମାଧାନ ଏବଂ ସଶକ୍ତିକରଣ ପାଇଁ କାମ କରୁଛନ୍ତି ସରକାର
- ଗରିବ ଓ କ୍ଷୁଦ୍ର ଚାଷୀଙ୍କ ରୋଜଗାର ବୃଦ୍ଧି ପାଇଁ ପ୍ରୟାସ କରୁଛନ୍ତି
- ସରକାର ଆଧୁନିକତାକୁ ପ୍ରୋତ୍ସାହିତ କରିବା ସହ ଐତିହ୍ୟର ସୁରକ୍ଷା ଦିଗରେ କାର୍ଯ୍ୟ କରୁଛନ୍ତି
- ଆତଙ୍କବାଦୀଙ୍କୁ ଦୃଢ ଜବାବ ଦେଉଛି ଭାରତ
- ଆଧୁନିକ ଭିର୍ତ୍ତିଭୂମି ନିର୍ମାଣ ଦିଗରେ କାର୍ଯ୍ୟ କରୁଛନ୍ତି କେନ୍ଦ୍ର ସରକାର
- ଗତ କିଛି ବର୍ଷ ହେବ ଦେଶରେ ଡିବିଟି, ଡିଜିଟାଲ ଇଣ୍ଡିଆ, ଏବଂ ଏକ ସ୍ଥାୟୀ ପାରଦର୍ଶି ବ୍ୟବସାୟ ବ୍ୟବସ୍ଥା କରାଯାଇଛି
- ଭାରତରେ ଏଭଳି ଏକ ଡିଜିଟାଲ ନେଟୱାର୍କ ସୃଷ୍ଟି ହୋଇଛି ଯେଉଁଥିରେ ସମଗ୍ର ବିଶ୍ୱ ପ୍ରେରଣା ନେଉଛି
- ବିଶ୍ୱରେ ଆମେ ପଂଚମ ବୃହତ ଅର୍ଥନୀତି ହୋଇପାରିଛୁ
- ପୂରା ବିଶ୍ୱର ସମସ୍ୟାର ଭାରତ ଏବେ ସମାଧାନ ପାଲଟିଛି
ସେପଟେ ବିଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । ମୋଦୀ କହିଛନ୍ତି, ଏଥର ବଜେଟ୍ ଉପରେ କେବଳ ଦେଶ ନୁହେଁ ସାରା ବିଶ୍ୱର ନଜର ରହିଛି । ଏହି ବଜେଟ୍ ବିଶେଷ ଭାବେ ସାଧାରଣ ଲୋକଙ୍କ ପାଇଁ ଲାଭପ୍ରଦ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ବୁଧବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିବେ । ୨୦୨୪ ନିର୍ବାଚନ ପୂର୍ବରୁ ଏହା ହେବ ମୋଦୀ ସରକାର ୨.୦ର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି କେତେକ ଲୋକପ୍ରିୟ ସ୍କିମ୍ ଘୋଷଣା କରିପାରନ୍ତି ସରକାର ।