୨୦୨୫ ସୁଦ୍ଧା ୨୫ ପ୍ରତିଶତ ରେଜିଷ୍ଟ୍ରେସନ୍ ହେବ ଇଲେକ୍ଟ୍ରିଗାଡି । କଟକ, ଭୁବନେଶ୍ୱରରେ ହେବ ଚାର୍ଜିଂ ହବ୍

95

କନକ ବ୍ୟୁରୋ: ୨୦୨୫ ସୁଦ୍ଧା ୨୫ ପ୍ରତିଶତ ରେଜିଷ୍ଟ୍ରେସନ୍ ହେବ ଇଲେକ୍ଟ୍ରି ଗାଡି । ଯାହା ଏବେ ମାତ୍ର ୬ ପ୍ରତିଶତ ରହିଛି । ଏଥିପାଇଁ ଖୁବଶୀଘ୍ର ପରିବହନ ବିଭାଗ ନୂଆ ଇଭି ଚାର୍ଜିଂ ପଲିସି ଆଣିବାକୁ ଯାଉଛି । ଇଭି ପାଇଁ ରାଜ୍ୟ ସରକାରଙ୍କ ରହିଛି ଅନେକ ଯୋଜନା । ରାସ୍ତାରେ ରହିବ ଇଭି ଚାର୍ଜିଂ ଷ୍ଟେସନ୍ । କଟକ, ଭୁବନେଶ୍ୱର, ରାଉରକେଲା ଭଳି ସହରରେ ଇଭି ଚାର୍ଜିଂ ହବ୍ ହେବ । ଦୁଇ ଚକିଆ ଯାନ କିଣିଲେ ୫ ହଜାର ଟଙ୍କା, ୩ ଚକିଆରେ ୧୦ ହଜାର ଓ ୪ ଚକିଆରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ଯୋଗାଇ ଦିଆଯାଉଛି ।