କନକ ବ୍ୟୁରୋ : ପାନୀୟ ଜଳ ସମସ୍ୟାକୁ ନେଇ ଗୃହରେ ଉଦବେଗ । କେବେ ସୁଦ୍ଧା ରାଜ୍ୟରେ ପାନୀୟ ଜଳ ସମସ୍ୟାର ସମାଧାନ ହେବ ସେନେଇ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏହାର ଉତରରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ପାଇପ ଯୋଗେ ପାଣି ଯୋଗାଇ ଦିଆଯିବ । ଯେଉଁଠି ଉତ୍ସ କି ଜମି ସମସ୍ୟା ରହିଛି, ସେଠାରେ ୨୦୨୫ ବେଳକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କାମ ଶେଷ ହେବ ।

Advertisment

ବିଧାନସଭା ପ୍ରଶ୍ନକାଳରେ ପ୍ରଦୀପ ଅମାତ କହିଛନ୍ତି ଯେ, ୨୦୨୩ ମାର୍ଚ୍ଚ ସୁଦ୍ଧା ୫୮ ପ୍ରତିଶତ ଗାଁରେ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି । ଯେଉଁଠାରେ ପାଇପ ନାହିଁ କିମ୍ବା କାମ ଜାରି ରହିଛି, ସେଠାରେ ଜିଲ୍ଲାପାଳ, ପିଡି ଡିଆରଡିଏ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ନୂଆ ଟ୍ୟୁବୱେଲ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ନୂଆ ଜନବସତିରେ ଅତିରିକ୍ତ ଟ୍ୟୁବୱେଲ ଲଗାଯିବ । ଜିଲ୍ଲାପାଳ କି ସ୍ଥାନୀୟ ଜନପ୍ରତିନିଧିଙ୍କ ଯାଞ୍ଚ ରିପୋର୍ଟ ଆଧାରରେ ନୂଆ ଟ୍ୟୁବୱେଲ ଲଗାଯିବ । ପାନୀୟ ଜଳ ସମସ୍ୟା ଥିଲେ ୧୯୧୬ ହେଲପଲାଇନ୍ ନମ୍ବର ଯୋଗେ ପ୍ରଶାସନକୁ ଜଣାଇବାକୁ ବ୍ୟବସ୍ଥା କରାଯାଇଛି ।
ସେପଟେ ପାନୀୟ ଜଳ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । କହିଛନ୍ତି, ଯଦି ଖୋଦ୍ ବିଭାଗୀୟ ମନ୍ତ୍ରୀଙ୍କ ଅଞ୍ଚଳରେ ଲୋକେ ପାନୀୟ ଜଳରୁ ବଞ୍ଚିତ ତେବେ କେମିତି ବର୍ଷକ ଭିତରେ କାମ ଶେଷ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ସମସ୍ତଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ମନ୍ତ୍ରୀ