ପୁୁଣି ଫେରିଲା ତାତି । ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର

213

କନକ ବ୍ୟୁରୋ: କିଛି ଦିନର ଆଶ୍ୱସ୍ତି ପରେ ପୁଣି ଫେରିଲା ତାତି । ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ହୋଇଛି । ରାଜଧାନୀର ତାପମାତ୍ରା ୩୯. ୨ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଚାନ୍ଦବାଲିର ତାପମାତ୍ରା ୩୯. ୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାର ତାପମାତ୍ରା ୩୮.୮ ଡିଗ୍ରୀ ରେକର୍ଡ ହୋଇଛି । ଏହାବ୍ୟତୀତ ୫ଟି ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଛି । ରାଉରକେଲାର ତାପମାତ୍ରା ୩୭.୮ ଡିଗ୍ରୀ, କେନ୍ଦୁଝରରେ ୩୭.୪ ଡିଗ୍ରୀ, ସମ୍ବଲପୁରରେ ୩୭.୨ ଡିଗ୍ରୀ, ହୀରାକୁଦରେ ୩୭.୨ ଡିଗ୍ରୀ ଏବଂ ବାଲେଶ୍ୱରରେ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ଆହୁରି ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ବିଶେଷ କରି ତାପମାତ୍ରା ୪୦ ଡିଗ୍ରୀ ଟପିବା ନେଇ ମଧ୍ୟ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।