କନକ ବ୍ୟୁରୋ: ବଜାରକୁ ଗାଡି ଆଣିବା ପଡିଲା ମହଙ୍ଗା । ଭୁବନେଶ୍ୱର ରେଡକ୍ରସ ଭବନ ସମ୍ମୁଖ ମାଛ ବଜାରକୁ ସକାଳୁ ସକାଳୁ ମାଛ କିିଣିବାକୁ ଆସିଥିବା ୮ଜଣଙ୍କ ଗାଡିକୁ ଉଠାଇନେଇଛି ପୋଲିସ । ଏହା ସହିତ କେତେ ଜଣଙ୍କୁ ଜୋରିମାନା ମଧ୍ୟ କରିଥିବା ଜଣାପଡିଛି ।
ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ବଜାରକୁ ଆସିବାବେଳେ ବାଇକ ନଆଣିବାକୁ ପୂର୍ବରୁ କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଥିଲା । ଏପରିକି ପାଖ ବଜାରରୁ ସଉଦା କିଣିବା ପାଇଁ ପରାମର୍ଶ ଦିଆଯାଇଥିଲା । ହେଲେ ଏହାକୁ କିଛି ଲୋକମାନୁନଥିବାରୁ ସେମାନଙ୍କୁ ସାବାଡ କରିବା ପାଇଁ ଗାଡି ଉଠାଇ ନେବା ସହ ଜରିମାନା କରୁଥିବା ଦେଖାଯାଉଛି ।