ମାଲାମାଲ କଲା କଙ୍କଡା । ଗୋଟିଏ କଙ୍କଡାକୁ ୩୩ଲକ୍ଷ ଟଙ୍କାରେ ବିକ୍ରି କଲେ ଜେଣେ ମତ୍ସ୍ୟଜୀବି 

କଙ୍କଡାର ମୂଲ୍ୟ ୩୩ ଲକ୍ଷ ଟଙ୍କା

2,722
କଙ୍କଡାର ମୂଲ୍ୟ ୩୩ ଲକ୍ଷ ଟଙ୍କା । କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏହା ସତ । ଜାପାନରେ ଏକ କଙ୍କଡାକୁ ପ୍ରାୟ ୩୩ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି । ସାଧାରଣତଃ ଭାରତରେ ଗୋଟେ ଗୋଟେ ବିରଳ ମାଛ ଜାଲରେ ପଡିଥାନ୍ତି, ଯାହାକୁ ୧ଲକ୍ଷ କିମ୍ବା ଲକ୍ଷରୁ ଅଧିକ ଟଙ୍କାରେ ବିକ୍ରି ହୋଇଥିବାର ଖବର ଶୁଣିବାକୁ ପାଇଥାଉ । କିନ୍ତୁ ଜାପାନରେ ଗୋଟିଏ କଙ୍କଡାକୁ ୩୩ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି ।
ଜାପାନରେ ସାଧାରଣତଃ ଟୁନା ମାଛର ଚାହିଦା ସବୁବେଳେ ଅଧିକ ଥାଏ। ଗଲା ଜାନୁଆରିରେ ଟୋକିଓର ଏକ ମାଛ ବଜାରରେ ଗୋଟିଏ ଟୁନା ମାଛ ସର୍ବାଧିକ ବାଇଶ କୋଟି ଟଙ୍କା ମୂଲ୍ୟରେ ବିକ୍ରି ହେବାର ଖବର ଚର୍ଚ୍ଚାରେ ଥିଲା। ଏବେ ଏଠାରେ ଗୋଟିଏ କଙ୍କଡ଼ାକୁ ଜଣେ ମାଛ ନିଲାମକାରୀ ୪୬ ହଜାର ଆମେରିକୀୟ ଡଲାରରେ ବିକ୍ରି କରିଛନ୍ତି, ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପାଖାପାଖି ତେତିଶ ଲକ୍ଷ ଟଙ୍କା ହେବ। ଜଣେ ସ୍ଥାନୀୟ ରେସ୍ତୋରାଁ ମାଲିକ ଏହାକୁ କିଣିଛନ୍ତି। ସୁଆଦିଆ କଙ୍କଡ଼ା ତରକାରି ରାନ୍ଧି ସେ ଗ୍ରାହକଙ୍କୁ ପରିଷିବେ। ଏହି କଙ୍କଡ଼ାର ଆକାର ୫.୭ ଇଞ୍ଚ୍ ଏବ˚ ଓଜନ ଏକ କିଲୋ ୨୦୦ଗ୍ରାମ୍। ଏତେ ଅଧିକ ଦାମରେ କଙ୍କଡ଼ାଟିଏ ବିକ୍ରି ହେବା ଏହା ପ୍ରଥମ ଏବ˚ ଏହି କଙ୍କଡ଼ାଟି ବିଶ୍ବର ସବୁଠାରୁ ମହଙ୍ଗା କଙ୍କଡ଼ା ଭାବେ ଗିନିଜ୍ ବୁକରେ ସ୍ଥାନିତ ହେବା ଆଶା କରାଯାଏ।