ସରକାର ନିକଟରେ ହିଁ ଏସି, ୱାଶିଙ୍ଗ ମେସିନ, ଫ୍ରିଜ୍ ସହିତ ୧୯ଟି ଆଇଟମ୍ ଉପରେ କଷ୍ଟମ ଡ୍ୟୁଟିରେ ୨.୫ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ଲାଭ କରିଛନ୍ତି । ଏହି ବର୍ଦ୍ଧିତ ଦର ୨୭ ସେପ୍ଟେମ୍ବରରୁ ଲାଗୁ ହୋଇସାରିଛି । ଏ ମଧ୍ୟରେ ଗୋଦରେଜ୍ କମ୍ପାନୀ ନିଜର ୬୦ ବର୍ଷ ପୂର୍ତ୍ତି ଅବସରରେ ଏକ ବିଶେଷ ଅଫର ନେଇ କି ଆସିଛି । ଏହା ଅଧିନରେ ଲୋକ ୬୦ ଟଙ୍କାର ପ୍ରାଇମେରୀ ଡାଉନପେମେଣ୍ଟ ଦେଇ ୱାଶିଙ୍ଗ ମେସିନ୍, ଫ୍ରିଜ୍ ଓ ବାକି ପ୍ରିମିୟମ୍ ଘରୋଇ ସାମଗ୍ରୀ ଘରକୁ ନେଇପାରିବେ । ବାକିତକ ଟଙ୍କା ସହଜରେ ଇଏମଆଇରେ ଦେଇପାରିବେ । ଏହି ଇଏମଆଇ ଉପରେ କୈାଣସି ପ୍ରକାରର ସୁଧ ଦେବାକୁ ପଡିବନି ।

Advertisment

ଜାଣନ୍ତୁ ପୁରା ଅଫର୍ : କମ୍ପାନୀ ଗ୍ରାହକଙ୍କୁ ଏହି ଅଫରର ଲାଭ ପହଂଚାଇବା ପାଇଁ ଫ୍ରିଜ୍ ର ୩୨ଟି ଓ ୱାଶିଙ୍ଗ ମେସିନ୍ ୧୦ଟି ମଡେଲ ଲଂଚ କରିଛି । ଏହା ସହିତ ଏସି ଓ ମାଇକ୍ରୋୱେଭ ବି ଲଂଚ କରିଛି । ଏହି ସମସ୍ତ ଆଇଟମକୁ ଗ୍ରାହକ ମାତ୍ର ୬୦ ଟଙ୍କାର ଡାଉନପେମେଣ୍ଟ ସହିତ ଘରକୁ ନେଇପାରିବେ । ଏହା ବ୍ୟତୀତ ଅନ୍ୟ ପ୍ରିମିୟମ ପ୍ରଡକ୍ଟକୁ ୯୯୯ ଟଙ୍କାର ଡାଉନପେମେଣ୍ଟ ରେ କିଣିପାରିବେ । ଏସି ଓ ଚେଷ୍ଟ ଫ୍ରିଜର୍ ପାଇଁ ୨୪୯୯ ଟଙ୍କା ଡାଉନପେମେଣ୍ଟ ଦେବାକୁ ପଡିବ ।

କେବେ ପର୍ଯ୍ୟନ୍ତ ରହିବ ଅଫର୍ : ଗୋଦରେଜ୍ ର ଏହି ସ୍ପେଶାଲ ଅଫର୍ ୧ ଅକ୍ଟୋବରରୁ ଆରମ୍ଭ ହୋଇ ୧୫ ନଭେମ୍ବର ପର୍ଯ୍ୟନ୍ତ ଚାଲିବ । ଅର୍ଥାତ୍ ୪୬ ଦିନ ପର୍ଯ୍ୟନ୍ତ ଆପଣ ଏହି ଅଫରର ଫାଇଦା ଉଠାଇପାରିବେ । କମ୍ପାନୀ ଏହି ସାମଗ୍ରୀଗୁଡିକ ପାଇଁ ନୂଆ ଟ୍ୟାଗ ଲାଇନ୍ ‘ସୋଚ୍ କେ ବନାୟା ହୈ’ ପ୍ରସ୍ତୁତ କରିଛନ୍ତି ।
ଏହି ଅଫର ବି ମିଳିବ : କମ୍ପାନୀ ଏହି ଅଫରକୁ ଧମାକାଦାର ବନାଇବା ପାଇଁ ଅନ୍ୟ ଲାଭ ବି ଦେଉଛି । ଯେମିତି କି ମାଇକ୍ରୋୱେଭ ଓଭେନ୍ କିଣିବା ଉପରେ ୯୯୯ ଟଙ୍କାର ଟ୍ରିୟୋ ବାଉଲ ମାଗଣାରେ ଦିଆଯିବ । ସେମିତି ଅନ୍ୟ ପ୍ରଡକ୍ଟ କିଣିବା ଉପରେ ସେଲୁନ୍ ଭାଉଚର, ମିଲ୍ ଭାଉଚର ଓ ହଲିଡେ ପ୍ୟାକେଜ୍ ବି ମିଳିବ ।