ମାତ୍ର ୫୦୦ ଟଙ୍କାରେ ନିଅନ୍ତୁ ବିମାନରେ ଯାତ୍ରା କରିବାର ସୁଯୋଗ ! ଏହି କମ୍ପାନୀ ଆଣିଛି ଜବରଦସ୍ତ ଅଫର ।

83

ସମସ୍ତେ ଭାବିଥାନ୍ତି ବିମାନରେ ଯାତ୍ରା କରିବା ଅତ୍ୟନ୍ତ ମହଙ୍ଗା ହୋଇଥାଏ । କିନ୍ତୁ ଆମେ ଆପଣଙ୍କୁ ଏକ ଏଭଳି ଖବର ବିଷୟରେ କହିବୁ, ଯାହା ଶୁଣିଲେ ହୁଏତ ଆପଣ ଏହାକୁ ବିଶ୍ୱାସ ନକରିପାରନ୍ତି କିନ୍ତୁ ଏହା ସତ୍ୟ ଅଟେ । ଏମିତି ଏକ ଅଫର ଯାହା ଶୁଣିଲେ ହୁଏତ ଆପଣଙ୍କୁ ବିମାନ ଯାତ୍ରା ଅପେକ୍ଷା ଟ୍ରେନ୍ ଏବଂ ବସ ଯାତ୍ରା ମହଙ୍ଗା ଲାଗିପାରେ । ତେବେ ଯଦି ଆପଣ ମଧ୍ୟ ଏପର୍ଯ୍ୟନ୍ତ ବିମାନରେ ବସି ନାହାନ୍ତି ତେବେ ତୁରନ୍ତ ଏହି ଅଫରର ଲାଭ ଉଠାନ୍ତୁ ।

୧୭ ସେପ୍ଟେମ୍ବର ସୋମବାର ଠାରୁ ଏୟାର ଏସିଆ ଇଣ୍ଡିଆ ଏହି ଅଫର ଆଣିଛି । ଯେଉଁଥିରେ ମାତ୍ର ୫୦୦ ଟଙ୍କାରେ ଆପଣ ବିମାନରେ ଯାତ୍ରା କରିବାର ସୁଯୋଗ ପାଇପାରିବେ । ତେବେ ସବୁଠାରୁ ବଡ କଥା ହେଉଛି ଏୟାର ଲାଇନ୍ସ ଇଣ୍ଡଷ୍ଟ୍ରୀରେ ଏହା ସବୁଠାରୁ ଶସ୍ତା ବିମାନ ଟିକେଟ୍ ଅଟେ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଆପଣ ଏହି ଅଫର ଅନୁଯାୟୀ, ୨୧ଟି ଡେଷ୍ଟିନେସନରେ ଯାତ୍ରା କରିବା ପାଇଁ ଟିକେଟ୍ ବୁକ୍ କରିପାରିବେ । ତେବେ କେବଳ ଗୋଟିଏ ଥର ଯାତ୍ରା କରିବା ପାଇଁ ଆପଣ ଟିକେଟ୍ ବୁକ୍ କରିପାରିବେ । ଆଉ ଏଥିପାଇଁ ଆପଣଙ୍କୁ ସର୍ବନିମ୍ନ ୫୦୦ ଟଙ୍କା ଦେବା ପାଇଁ ପଡିବ । ଏହା ଛଡା ଅନ୍ୟ କେତେକ ସ୍ଥାନ ପାଇଁ ଆପଣଙ୍କୁ ୧୦୦୦ ଏବଂ ୧୫୦୦ ଟଙ୍କାର ଟିକେଟ ମଧ୍ୟ ବୁକ୍ କରିବା ପାଇଁ ପଡିବ ।

ଏହି ଅଫର ଏୟାର ଏସିଆର ସମସ୍ତ ବିମାନ ଉପରେ ଲାଗୁ ହେବ । ଏହି ଅଫର ଅନୁଯାୟୀ, ଆପଣ ସେପ୍ଟେମ୍ବର ୧୭ ତାରିଖରୁ ସେପ୍ଟେମ୍ବର ୨୩ ତାରିଖ ମଧ୍ୟରେ ଟିକେଟ୍ ବୁକ୍ କରିପାରିବେ । ଏହି ସମୟରେ ଆପଣ ୧୭ ସେପ୍ଟେମ୍ବରରୁ ୩୦ ନଭେମ୍ବର, ୨୦୧୯ ମଧ୍ୟରେ ଯାତ୍ରା କରିବା ନିମନ୍ତେ ଟିକେଟ୍ ବୁକ କରିପାରିବେ । ଏଙି ଅଫର ଅନୁଯାୟୀ, ଆପଣ ଅମୃତସର, ବାଗଡୋଗରା, ବାଙ୍ଗାଲୋର, ଭୁବନେଶ୍ୱର, ଚଣ୍ଡିଗଡ, ଚେନ୍ନାଇ, ଗ୍ୱହାଟି, ହାଇଦ୍ରାବାଦ୍, ଇଂଫାଲ, ଇନ୍ଦୋର, କୋଲକାତା, କୋଚି, ନାଗପୁର, ନୂଆଦିଲ୍ଲୀ, ପଣଜୀ, ପୁଣେ, ରାଞ୍ଚି, ଶ୍ରୀନଗର, ସୁରଟ ଏବଂ ବିଶାଖାପାଟଣା ଯାତ୍ରା କରିପାରିବେ ।