କନକ ବ୍ୟୁରୋ: ବିହାରର ବକ୍ସର ଜିଲ୍ଲାରେ ଘଟିଛି ଆଉ ଏକ ଟ୍ରେନ୍ ଦୁର୍ଘଟଣା । ଦିଲ୍ଲୀରୁ ଗୌହାଟୀ ଯାଉଥିବା ନର୍ଥ ଇଷ୍ଟ ଏକ୍ସପ୍ରେସର ୨୧ଟି ବଗି ଲାଇନଚ୍ୟୁତ ହେବା ପରେ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଏହାରି ଭିତରେ ଏହି ଦୁର୍ଘଟଣାକୁ ନେଇ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି । ଲୋକୋ ପାଇଲଟଙ୍କ ସୂଚନା ମୁତାବକ, ଟ୍ରେନ୍ ଟ୍ରାକରୁ ଲାଇନଚ୍ୟୁତ୍ ହେବା ସମୟରେ ସେ ଏକ ଭୟଙ୍କର ବିସ୍ଫୋରଣର ଶବ୍ଦ ଶୁଣିଥିଲେ । ତେଣୁ ଏହି ଦୁର୍ଘଟଣା ପଛରେ କାହାର ଷଡଯନ୍ତ୍ର ଥାଇପାରେ ବୋଲି ଆଶଙ୍କା ପ୍ରକାଶ କରାଯାଉଛି ।

Advertisment

ବିହାରର ରଘୁନାଥପୁର ରେଲୱେ ଷ୍ଟେସନ ନିକଟରେ ବୁଧବାର ରାତି ପ୍ରାୟ ୯ଟା ୩୫ ବେଳକୁ ନର୍ଥ ଇଷ୍ଟ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହେଇଥିଲା । ୨୧ଟି ବଗି ଲାଇନଚ୍ୟୁତ ହେବା ପରେ ୧୦୦ରୁ ଅଧିକ ଲୋକ ଆହତ ହେଇଥିଲେ । ତେବେ ଦୁର୍ଘଟଣାର କିଛି ସମୟ ଭିତରେ ହିଁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହେଇଯାଇଥିଲା । ହେଲେ ଏବେ ଲୋକୋ ପାଇଲଟ ଏବଂ ଗେଟମ୍ୟାନଙ୍କ ଏହି ବୟାନ ଚର୍ଚ୍ଚା ସୃଷ୍ଟି କରିଛି ।

ସୂଚନାଯୋଗ୍ୟ ଯେ, ରଘୁନାଥପୁର ଟ୍ରେନ୍ ଦୁର୍ଘଟଣା ଘଟଣାରେ କୌଣସି ବାହାର ତତ୍ୱ ସାମିଲ ହେବା ନେଇ ଆଶଙ୍କା କରାଯାଉଛି । ଜାଣିଶୁଣି ଟ୍ରେନକୁ ଲାଇନଚ୍ୟୁତ୍ କରାଯାଇଛି ବୋଲି କୁହାଯାଉଛି । ତାହାରି ଭିତରେ ଲୋକୋ ପାଇଲଟ ଏବଂ ଗେଟସମ୍ୟାନଙ୍କ ଏ ବୟାନକୁ ନେଇ ଛାନଭିନ୍ ଆରମ୍ଭ ହେଇଛି ।