କନକ ବ୍ୟୁରୋ : ବିହାର ବକ୍ସରରେ ଗଙ୍ଗା ନଦୀରୁ କୁଢ କୁଢ ଶବ ମିଳିବା ପରେ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି । କରୋନା ମାମଲାର ଶୁଣାଣି ବେଳେ, ପାଟନା ହାଇକୋର୍ଟରେ ଯେଉଁ ତଥ୍ୟ ରଖାଯାଇଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ବିହାରର ମୁଖ୍ୟ ଶାସନ ସଚିବଙ୍କ ରିପୋର୍ଟ ଏବଂ ପାଟନା ବିଭାଗୀୟ କମିଶନରଙ୍କ ଦ୍ୱାରା ଯେଉଁ ସଂଖ୍ୟା ଦର୍ଶାଯାଇଛି, ସେଥିରେ ଆକାଶ ପାତାଳର ଫଋଳ ରହିଛି ।
ମୁଖ୍ୟ ଶାସନ ସଚିବଙ୍କ ରିପୋର୍ଟ ଅନୁଯାୟୀ, ଗତ ମାର୍ଚ୍ଚ ୧ ତାରିଖରୁ, ମେ ୨୩ ତାରିଖ ପର୍ଯ୍ୟନ୍ତ ବକ୍ସରରେ କରୋନାରେ ମାତ୍ର ୬ଜଣଙ୍କର ମୃତ୍ୟୁ ହୋଇଛି । କିନ୍ତୁ ବିଭାଗୀୟ ଆୟୁକ୍ତଙ୍କ ରିପୋର୍ଟ ଅନୁଯାୟୀ, କେବଳ ମେ ୫ତାରିଖରୁ ୧୪ ତାରିଖ ମଧ୍ୟରେ ବକ୍ସରର ଶ୍ମଶାନରେ ୭୮୯ଟି ଶବର ଅନ୍ତିମସଂସ୍କାର କରାଯାଇଛି । ତେବେ ଦୁଇଟି ରିପୋର୍ଟ ସାମ୍ନାକୁ ଆସିବା ପରେ, ହାଇକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୟ କରୋଲ ଏନେଇ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/COVID19_Cremation_PTI_16042021_1200.jpg)