ମାତ୍ର ୭ ଟଙ୍କା ଖର୍ଚ୍ଚ କଲେ ୧୦୦ କିମି ଯିବ ବାଇକ୍ । ଗାଡି ଚଳାଇବାକୁ ଦରକାର ନାହିଁ କୌଣସି ଲାଇସେନ୍ସ, ବିନା ପଞ୍ଜୀକରଣରେ ରାସ୍ତାରେ ଗଡିବ ଗାଡି…ପୋଲିସ ବି କାଟିବନି ଫାଇନ

1,063

କନକ ବ୍ୟୁରୋ : ବାଇକ କିଣିବାକୁ ବା ଷ୍ଟାଇଲିସ ବାଇକରେ ବୁଲିବାକୁ ସମସ୍ତଙ୍କୁ ବେଶ ଭଲ ଲାଗେ । କିନ୍ତୁ ଆଜିର ବଜାରର ମୂଲ୍ୟ ପାଇଁ ଅନେକ ଲୋକ ବାଇକ କିଣିପାରୁନାହାନ୍ତି । କହିବାକୁ ଗଲେ ମନରେ ଅନେକ ଇଚ୍ଛା ଥିଲେ ବି ନିଜ ମନପସନ୍ଦର ବାଇକ କିଣିପାରୁନାହାନ୍ତି ଯୁବବର୍ଗ । କିନ୍ତୁ ବର୍ତମାନ ସମୟରେ ବଜାରକୁ ଏମିତି ଏକ ବାଇକ ଆସିଛି ଯାହାକୁ ଆପଣ ସମସ୍ତେ କିଣିପାରିବେ ଓ ଅତି ସହଜରେ ଚଢିପାରିବେ । କାରଣ ଏହି ବାଇକରେ ପେଟ୍ରୋଲ ପକାଇବାର ବି ନାହିଁ ଟେନସନ । ଏହାସହ ପଞ୍ଜୀକରଣ କିମ୍ବା ଲାଇସେନ୍ସ ବି କରିବାର ନାହିଁ ଆବଶ୍ୟକତା । ବଜାରକୁ ଏମିତି ଏକ ଇଲେକ୍ଟ୍ରିକ୍ ବାଇକ ଆସିଛି , ଯେଉଁ ଥିରେ ମାତ୍ର ଅଳ୍ପ ଟଙ୍କା ଖର୍ଚ୍ଚ କରି ଅତି ସହଜରେ ସବୁ ଆଡେ ଯାଇପାରିବେ ।

ବିନା ଲାଇସେନ୍ସରେ ଆପଣ ଚଲାଇପାରିବେ ଗାଡି
ପୋଲିସ ବି କାଟିବ ନାହିଁ ଫାଇନ

ମାତ୍ର ୭ ଟଙ୍କା ଖର୍ଚ୍ଚ କଲେ ୧୦୦ କିମି ଯିବ ବାଇକ

ଏହି ସ୍ୱତନ୍ତ୍ର ବାଇକ ଲଂଟ୍ କରିଥିବା କମ୍ପାନୀ ଦାବି କରୁଛନ୍ତି ଯେ, ଆପଣ ମାତ୍ର ୭ ରୁ ୧୦ ଟଙ୍କା ଖର୍ଚ୍ଚ କରି ୧୦୦ କିମି ପର୍ଯ୍ୟନ୍ତ ଯାତ୍ରା କରିପାରିବେ । ମିଳିଥିବା ସୂଚନା ଅନୁସାରେ, ହାଇଦ୍ରାବାଦସ୍ଥିତ ଇଲେକି୍ଟ୍ରକ୍ ଅଟୋ ମୋବାଇଲ କମ୍ପାନୀ ଏହି ଗାଡିକୁ ବଜାରରେ ଲଂଚ୍ କରିଛି । ତେବେ ବାଇକର ନାଁ ରଖିଛି ଅଟମ ୱାନ ପଏଂଟ ଜିରୋ । ଅନ୍ତର୍ଜାତୀୟ ଅଟୋ ମୋବାଇଲ ଟେକ୍ନୋଲୋଜି କେନ୍ଦ୍ର ଦ୍ୱାରା ଏହି ବାଇକ ସ୍ୱୀକୃତି ପାଇଥିବା ନେଇ ମଧ୍ୟ କଂପାନୀ ପକ୍ଷରୁ କୁହାଯାଇଛି ।

ବାଇକ ଚଳାଇବା ପାଇଁ ଦରକାର ନାହିଁ ଲାଇସେନ୍ସ

ତେବେ ବାଇକର ସବୁଠାରୁ ବଡ ଫିଚର ହେଉଛି ଯେ, ଏହାକୁ ଚଳାଇବାକୁ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ଦରକାର ନାହିଁ । କେବଳ ଏତିକି ନୁହେଁ ବରଂ ବାଇକର ପଂଜୀକରଣ କରିବାର କୌଣସି ଆବଶ୍ୟକତା ନାହିଁ । ଅର୍ଥାତ ଆପଣ ଏହି ବାଇକ କିଣିଲେ , ଆପଣଙ୍କୁ କେବଳ ଗାଡିର ମୂଲ୍ୟ ଦେବାକୁ ପଡିବ ।

୪ ଘଂଟାରେ ଫୁଲ ଚାର୍ଜ ହୋଇଯିବ ବ୍ୟାଟେରୀ

ଏହି ଇଲେକ୍ଟ୍ରିକ ବାଇକରେ ଏକ ପୋର୍ଟେବଲ ଲିଥିୟମ-ଆୟନ ବ୍ୟାଟେରୀ ରହିଛି । ଗାଡିରେ ଲାଗିଥିବା ବ୍ୟାଟେରୀ ମାତ୍ର ୪ ଘଂଟାରେ ସମ୍ପୂର୍ଣ୍ଣ ଚାର୍ଜ ହୋଇଯାଉଛି । କେବଳ ଏତିକି ନୁହେଁ ବରଂ କମ୍ପାନୀ ଦୃଢତାର ସହ କହୁଛି ଯେ, ବ୍ୟାଟେରୀ ଥରେ ଫୁଲ ଚାର୍ଜ ହେଲେ ପୂରା ୧୦୦ କିମି ପର୍ଯ୍ୟନ୍ତ ବିନା କୌଣସି ବାଧାରେ ଚାଲିପାରିବ ଓ ଏହାସହ ବ୍ୟାଟେରୀ ଉପରେ କମ୍ପାନୀ ୨ ବର୍ଷର ୱାରେଂଟି ମଧ୍ୟ ଦେଉଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଅଟମ ୱାନ ପଏଂଟ୍ ଜିରୋର ବ୍ୟାଟେରୀ ଥରେ ପୂରା ଚାର୍ଜ ହେବା ପାଇଁ ପାଖାପାଖି ୧ ୟୁନିଟ୍ ବିଦ୍ୟୁତ ନେଇଥାଏ । ତେବେ ୧ ୟୁନିଟ୍ ବିଜୁଳିର ଦାମ ବର୍ତମାନ ସମୟରେ ୭ ରୁ ୧୦ ଟଙ୍କା ରହିଛି । ତେଣୁ କମ୍ପାନୀ କହୁଛି ଯେ, ମାତ୍ର ୭ ଟଙ୍କାରେ ୧୦୦ କିମି ଯାଉଛି ଏହି ବାଇକ ।

ଅଟମ ୱାନ ପଏଂଟ୍ ଜିରୋର ବଜାର ମୂଲ୍ୟ ୫୦ ହଜାର ଟଙ୍କା ରହିଛି । ସବୁଠାରୁ ସହଜ କଥା ହେଉଛି ଯେ, ଏହାର ବ୍ୟାଟେରୀ ସାଧାରଣ ଥ୍ରୀ-ପିନ ସକେଟ୍ ମାଧ୍ୟମରେ ଯେକୌଣସି ସ୍ଥାନରେ ବି ଚାର୍ଜ କରିହେବ । ତେଣୁ ବିନା ବାଧାରେ ଆପଣ ଏହାକୁ ଚାର୍ଜ ବି କରିପାରିବେ । ବାଇକ ଟି ଅନେକ ରଙ୍ଗରେ ଉପଲବ୍ଧ ହେବ । ଇଲେକ୍ଟ୍ରିକ୍ ବାଇକରେ ୨୦ ଇନଟୁ ୪ ଫ୍ୟାଟ୍ ବାଇକ ଟାୟାର ଅଛି । ଏହାସହ କମ ଉଚ୍ଚତା ବିଶିଷ୍ଟ ସିଟ୍, ଏଲଇଡି ହେଡଲାଇଟ୍, ଗରଜିୟସ ଇଣ୍ଡିକେଟର ସହ ପୂରା ଡିଜିଟାଲ ସିଷ୍ଟମ ବାଇକରେ ରହିଥିବା ନେଇ କମ୍ପାନୀ ସୂଚନା ଦେଇଛି ।