ବ୍ରହ୍ମପୁରର କୁନି ବାଲ୍ମିକୀ : ମାତ୍ର ୫ ବର୍ଷ ବୟସରେ ଲେଖିଲେ ରାମାୟଣ; ଟିଭି ଦେଖି ପାଇଲେ ପ୍ରେରଣା

610

କନକ ବ୍ୟୁରୋ : ଆଉ ଜଣେ କୁନୀ ବାଲ୍ମିକୀ । ଆମେ କୁନି ବାଲ୍ମିକୀ କହିଲେ ହୁଏତ ଆପଣ ହଠାତ୍ ବୁଝିପାରିବେନି । କିନ୍ତୁ ତାଙ୍କର କାମ ଦେଖିଲେ ଯେ କେହି ଏକଥା କହିବେ ଯେ ସେ ହେଉଛନ୍ତି କୁନି ବାଲ୍ମିକୀ । ବୟସ ତାଙ୍କର ୮ ବର୍ଷ । କାମ କରିଛନ୍ତି ବହୁତ୍ ବଡ । ଯାହାକୁ କେହି ଚିନ୍ତା ବି କରିବେନି । କିଛି ଦିନ ଭିତରେ ସେ ଲେଖି ଦେଇଛନ୍ତି ପୁରା ରାମାୟଣ । ଦେଶରେ ତାଲାବନ୍ଦ ସମୟରେ ରାମାୟଣକୁ ଟିଭିରେ ଦେଖିବାର ସୁଯୋଗ ମିଳିଥିଲ।। ବ୍ରହ୍ମପୁରର ମୂଳ ବାସିନ୍ଦା ଇସିତା ଆଚାରୀ ପରିବାର ସହ ଏହାକୁ ଟିଭିରେ ଦେଖି ଅନୁପ୍ରାଣୀତ ହୋଇଥିଲେ ରାମାୟଣ ଲେଖିବାକୁ । ଟିଭିରେ ରାମାୟଣକୁ ଦେଖିବା ସହ ମାତ୍ର ୨୨ ଦିନରେ ପୁରା ରାମାୟଣକୁ ମାତ୍ର ୫୭ ପୃଷ୍ଠାରେ ଇଂରାଜୀ ଭାଷାରେ ଲେଖି ଦେଇଥିଲେ ଇସିତା ।

କୁନି ଝିଅର ଏପରି କାମ ଦେଖି ପରିବାର ଲୋକେ ମଧ୍ୟ ବେଶ ଖୁସି ହୋଇଛନ୍ତି । ଦେଶର ସବୁଠାରୁ ଛୋଟ ଲେଖିକା ଭାବେ ଇସିତା ଏବେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତ । ଇସିତାଙ୍କ କୁନି ବୟସରେ ଏପରି କାମ ପାଇଁ ତାଙ୍କୁ କୁନି ବାଲ୍ମିକୀ ବୋଲି କୁହାଯାଉଛି । ଇସିତା ଏବେ ଚେନ୍ନାଇର ଏସଏନ୍ ମେମୋରିଆଲ୍ ସ୍କୁଲରେ ତୃତୀୟ ଶ୍ରେଣୀରେ ପାଠ ପଢୁଛନ୍ତିା ତାଙ୍କର ବାପା ଚେନ୍ନାଇରେ ଏକ ଘରୋଇ କଂପାନୀରେ କାମ କରନ୍ତି ।