କନକ ବ୍ୟୁରୋ : ଦିନ ୧୦ଟା ହେଲେ ବ୍ରହ୍ମପୁର ସହରର ନୂଆ ବସଷ୍ଟଣ୍ଡ ଠାରୁ ଫାଷ୍ଟ ଗେଟ ପର୍ଯ୍ୟନ୍ତ ଭିଡ଼ ହିଁ ଭିଡ଼ । ଗୋଟଏ ପଟେ ସ୍କୁଲ ଓ କଲେଜ ଅଫିସ ଯିବା ପାଇଁ ସମସ୍ତେ ବ୍ୟସ୍ତ ରହୁଥିବା ବେଳେ ସହର ବସ ଯାତାୟତ ଟ୍ରାଫିକ ସମସ୍ୟା ବଢୁଛିି ।
ହଳଦିଆ ପଦର ଠାରେ ୨୦୧୩ରେ ଉଦଘାଟିତ ହୋଇଥିବା ବସ ଟର୍ମିନାଲକୁ ବସ୍ ଯାଉନାହିଁ । ଏବେ ସେଠାରେ ତହସିଲ କାର୍ଯ୍ୟାଳୟ ଚାଲୁଛି । ଏପଟେ ୧୯୯୦ ମସିହାରେ ସହର ମଝିରେ ତିଆରି ହୋଇଥିବା ନୂଆ ବସଷ୍ଟାଣ୍ଡରେ ବସ୍ ଓ ଯାତ୍ରୀଙ୍କ ଭିଡ ଲାଗୁଛି । ରାଜ୍ୟ ଓ ରାଜ୍ୟ ବାହାରକୁ ବସ ଚଳାଚଳ କରୁଛି । ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ଟାଟାକୁ ବସ ଯା’ଆସ କରୁଛି ।
ହଳଦିଆ ପଦର ଠାରେ ବସ୍ ଟର୍ମିନାଲ ଥିବା ବେଳେ ସେଠାକୁ ଯିବା ପାଇଁ ରାସ୍ତା ନାହିଁ । ପୁରୁଣା ବ୍ରହ୍ମପୁର ଅଂଚଳର ସଂକିର୍ଣ୍ଣ ରାସ୍ତା ଦେଇ ବସ ଗଲେ ଦୁର୍ଘଟଣାର ଆଶଙ୍କା ରହିଛି । ତେଣୁ ବସକୁ ଟର୍ମିନାଲକୁ ପଠାଇବା ପାଇଁ ରାଜି ହେଉନାହାନ୍ତି ବସ୍ ମାଲିକ ସଂଘ ।