ଧନୀ ବାପାଙ୍କ ଗରିବ କାରନାମା ! ପୁଅର ପାଠପଢା ପାଇଁ ବ୍ୟବସାୟୀ ସାଜିଲେ ବସ୍ତି ବାସିନ୍ଦା । 

Advertisment
ଧନୀ ବାପାଙ୍କ ଗରିବ କାରନାମା ! ପୁଅର ପାଠପଢା ପାଇଁ ବ୍ୟବସାୟୀ ସାଜିଲେ ବସ୍ତି ବାସିନ୍ଦା । 

image courtesy : Odibizinfo

ଆର୍ଥିକ ଦୁର୍ବଳ ବର୍ଗ କୋଟାରେ ଚାଣକ୍ୟପୁରୀସ୍ଥିତ ସଂସ୍କୃତି ସ୍କୁଲରେ ପୁଅର ଆଡମିସନ୍ ପାଇଁ ଜଣେ ବ୍ୟବସାୟୀ ବସ୍ତିବାସିନ୍ଦା ସାଜିଛନ୍ତି। ଘଟଣାଟି ୪ ବର୍ଷ ତଳର ହୋଇଥିଲେ ବି ଏ ଯାଏଁ କେହି ଏହାର ଟେର୍ ପାଇ ନ ଥିଲେ।
୨୦୧୩ରେ ବଡ଼ ପୁଅର ଆଡମିସନ୍ କରାଇବାକୁ ଗୌରବ ଗୋଏଲ୍ ନିଜ ଠିକଣା ଚାଣକ୍ୟପୁରୀ ନିକଟବର୍ତ୍ତୀ ବସ୍ତି ସଞ୍ଜୟ କ୍ୟାମ୍ପ୍ ବୋଲି ଦର୍ଶାଇଥିଲେ। ତାଙ୍କର ବାର୍ଷିକ ଆୟ ୬୭, ୦୦୦ ବୋଲି ଜାଲ୍ ଆୟ କାଗଜପତ୍ର ଦାଖଲ କରିଥିଲେ ବୋଲି କୁହାଯାଉଛି। ଭୋଟର କାର୍ଡ ଏବଂ ଜନ୍ମ ପ୍ରମାଣପତ୍ର ମଧ୍ୟ ନକଲ କରାଯାଇଥିବା ପ୍ରକାଶ। ସ୍କୁଲରେ ସେ କହିଥିଲେ, ସେ ଏକ ଏମଆରଆଇ କେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି। ବର୍ଷକୁ ବହୁବାର ଅନୁଷ୍ଠିତ ହେଉଥିବା ପିଲାର ଆଚରଣ ଏବଂ ପିତାମାତାଙ୍କ ସହ ସାକ୍ଷାତକାରକୁ କୌଶଳ କ୍ରମେ ଏଡ଼ାଇ ଦିଆଯାଇଥିବାରୁ ସେମାନଙ୍କର ଅସଲ ପରିଚୟ ଜଣାପଡ଼ି ନଥିଲା। କିନ୍ତୁ, ଗୋଏଲ୍ ଭାଇଭଉଣୀ କୋଟାରେ ନିଜର ଦ୍ୱିତୀୟ ସନ୍ତାନକୁ ଏ ବର୍ଷ ଆଡମିସନ୍ କରାଇବାକୁ ଯିବାବେଳେ ବାସ୍ତବ କଥା ପଦାକୁ ଆସିଥିଲା। କଥା ଧରାପଡ଼ିଥିଲା ଗୋଏଲଙ୍କର ନିଜ ଜାଲିଆତି ଉପରେ ମାତ୍ରାଧିକ ଭରସା ଯୋଗୁଁ।
publive-imageବଡ଼ ପୁଅର ଆଟେଣ୍ଡାନସ୍ ଯାଞ୍ଚ କରିବାବେଳେ ସ୍କୁଲ କର୍ତ୍ତୃପକ୍ଷମାନେ ବଡ଼ ତାରତମ୍ୟ ଦେଖି ପୁଲିସରେ କହିଲେ। ଉତ୍ତର ଦିଲ୍ଲୀସ୍ଥିତ କମଳା ନଗର ପାଖ ଜବାହର ନଗର ବାସଭବନରୁ ଗୋଏଲଙ୍କୁ ଗିରଫ କରାଗଲା। କିଏ ଗୋଏଲଙ୍କୁ ଜାଲ୍ କାଗଜପତ୍ର କରାଇ ଦେଲେ ତାହା ଜାଣିବାକୁ ପୁଲିସ ଉଦ୍ୟମ କରୁଛି। ପୁଲିସ ଜାଣିବାକୁ ପାଇଲେ ଯେ ଗୋଏଲ୍ ଏକ ଏମଆରଆଇ ଲ୍ୟାବର ମାଲିକ ଏବଂ ପାଇକାରୀ ଡାଲି ବିକ୍ରେତା। ତା’ଛଡ଼ା ସେ ୨୦ଟି ଦେଶ ଭ୍ରମଣ କରିଛନ୍ତି। ନିଜର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ହୋଇ ଯାଇଥିବାରୁ ପୁଅକୁ ସେ ଆର୍ଥିକ ଦୁର୍ବଳ ବର୍ଗରୁ ସାଧାରଣ ବର୍ଗକୁ ନେଇଯିବାକୁ ଚାହୁଁଛନ୍ତି ବୋଲି କହିବାରୁ ସ୍କୁଲ କର୍ତ୍ତୃପକ୍ଷଙ୍କର ସନ୍ଦେହ ହୋଇଥିଲା। ସଫଦରଗଞ୍ଜ ଏନକ୍ଲାଭ୍ ଆପାର୍ଟମେଣ୍ଟରେ ନିଜ ବାସଭବନ ବୋଲି ସେ କହିବାରୁ ସ୍କୁଲର ସନ୍ଦେହ ଦୃଢ଼ ହୋଇଥିଲା। ଚାଣକ୍ୟପୁରୀ ଥାନାରେ ତାଙ୍କ ନାମରେ ମାମଲା ରୁଜୁ କରାଗଲା। ତାଙ୍କ ପୁଅକୁ ସ୍କୁଲରୁ ବହିଷ୍କାର କରାଯାଇଛି ବୋଲି ସ୍କୁଲ ତରଫରୁ ପ୍ରକାଶ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe