କନକ ବ୍ୟୁରୋ: ପ୍ରେମରୁ କଳି, ଓଡ଼ିଶାରୁ ଯାଇ ରାୟପୁରରେ ଗୁଳି । ଦିଲ୍ଲୀର ଜଣେ ଯୁବତୀଙ୍କ ସହ ସମ୍ପର୍କକୁ କେନ୍ଦ୍ରକରି ଦୁଇ ବ୍ୟବସାୟୀଙ୍କ ମଧ୍ୟରେ ଶତ୍ରୁତାରୁ ରାୟପୁରରେ ସଂଗଠିତ ହୋଇଥିଲା ଗୁଳିକାଣ୍ଡ । ଏହି ଘଟଣାରେ ଝାରସୁଗୁଡ଼ାର ମାଷ୍ଟରମାଇଣ୍ଡ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ ।
ସୂଚନା ଅନୁସାରେ ରାୟପୁରର ବ୍ୟବସାୟୀ ସନ୍ଦୀପ ଜୈନଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ସୁନ୍ଦରଗଡ଼ର ଦୁଇଜଣ ସୁଟରଙ୍କୁ ସୁପାରି ଦେଇଥିଲେ ଝାରସୁଗୁଡ଼ାର ବ୍ୟବସାୟୀ ସୁନୀଲ କେଡ଼ିଆ । ଏହି ଘଟଣାରେ ମାଷ୍ଟରମାଇଣ୍ଡ ସୁନୀଲଙ୍କ ସମେତ ଦୁଇ ଅଭିଯୁକ୍ତଙ୍କ ସୁଟର ଅମନ ଶର୍ମା ଏବଂ ସନ୍ତୋଷ ସିଂଙ୍କୁ ରାୟପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତେଲିବାନ୍ଧା ଥାନା ଅନ୍ତର୍ଗତ ଲୋଭାଣ୍ଡିଠାରେ ଅଭିଯୁକ୍ତ ସୁଟର ଅମନ ଶର୍ମା ପିସ୍ତଲରୁ ଗୁଳି କରି ସନ୍ଦୀପଙ୍କୁ ହତ୍ୟା ଉଦ୍ୟମ କରିଥିଲା । ହେଲେ ସନ୍ଦୀପଙ୍କ ଛାତିରେ ଗୁଳି ବାଜିବା ପରେ ବି ସେ ବର୍ତ୍ତିଯାଇଥିଲେ । ଗୁଳିବିଦ୍ଧ ଅବସ୍ଥାରେ ସନ୍ଦୀପ ଅଭିଯୁକ୍ତ ଅମନକୁ କାବୁ କରିଥିଲେ । ପୋଲିସ ପହଞ୍ଚିି ଅମନକୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ଛତିଶଗଡ଼ ପୋଲିସର ଏକ ଟିମ୍ ସୁନ୍ଦରଗଡ଼ରେ ଚଢ଼ଉ କରି ସନ୍ଦୀପକୁ ଗିରଫ କରିବା ସହ ପଚରାଉଚରା କରିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି ।