କନକ ବ୍ୟୁରୋ : ଗ୍ରାହକଙ୍କୁ ଲୁଟିଲା ବ୍ୟାଙ୍କ । ପ୍ରାୟ ୧୬ ଲକ୍ଷ ୨୫ ହଜାର ଠକେଇ ଅଭିଯୋଗ । ରସୁଲପୁର ବ୍ଲକ ଗୋପାଳପୁର ଗାଁର ରବୀନ୍ଦ୍ର ଗୁଇଁ । ନିଜର ଗୁଜୁରାଣ ମେଂଟାଇବା ପାଇଁ ରବୀନ୍ଦ୍ର ଗାଁ ଛାଡି ଜାରକା ବଜାରରେ ଭଡାଘରେ ରହିବା ସହ ଲୁଗା ଦୋକାନଟିଏ ଖୋଲିଛନ୍ତି । ନିଜର ବ୍ୟବସାୟକୁ ବଢାଇବା ପାଇଁ ରବୀନ୍ଦ୍ର ନିଜର ସାତ ଗୁଣ୍ଠ ଜମି ବାରବାଟୀ ସ୍ଥିତ ୟୁକୋ ବ୍ୟାଙ୍କରେ ବନ୍ଧକ ରଖିଥିଲେ । କ୍ୟାସ କ୍ରେଡିଟ ମାଧ୍ୟମରେ ଋଣ ନେବା ପାଇଁ ଖାତା ଖୋଲିଥିଲେ । ପ୍ରାଥମିକ ପଯ୍ୟାୟରେ ବ୍ୟାଙ୍କରେ ଦେଣ ନେଣ ଠିକଠାକ୍ ଚାଲିଥିଲା । ମାତ୍ର ରବିନ୍ଦ୍ର ଜଣେ ବ୍ୟବସାୟୀଙ୍କୁ ୨୫ହଜାର ଟଙ୍କାର ଚେକ୍ ଦେଇଥିଲେ । ଚେକ୍ ବାଉନସ୍ ହେବା ପରେ ରବୀନ୍ଦ୍ର ଓ ତାଙ୍କ ପୁଅ ଖୋଳତାଡ କରି ଜାଣିବାକୁ ପାଇଲେ ତିନୋଟି ପର୍ଯ୍ୟାୟରେ ଭାଉଚର ମାଧ୍ୟମରେ ତାଙ୍କର ୧୬ଲକ୍ଷ ୨୫ହଜାର ଟଙ୍କା ଉଠାଇ ଦିଆଯାଇଛି । ଏପରିକି ତାଙ୍କ ବନ୍ଧକ ଜମିକୁ ନିଲାମ ପାଇଁ ମଧ୍ୟ ନୋଟିସ ବାହାର କରାଯାଇଛି । ଯାହାର ଅଭିଯୋଗ ଆଣିଛନ୍ତି ରବୀନ୍ଦ୍ର ।
ରବୀନ୍ଦ୍ରଙ୍କ ଏକାଉଂଟରୁ ଟଙ୍କା ଜାଲିଆତି ହୋଇଛି କି ନାହିଁ ଜାଣିବାକୁ ୟୁକୋ ବ୍ୟାଙ୍କର ବାରବାଟୀ ଶାଖାରୁ ତଥ୍ୟ ହାସଲ କରିବାରେ ନିରାଶ ହୋଇଥିଲେ । ପରେ ଜୋନାଲ ଅଫିସକୁ ଯୋଗାଯୋଗ କରି କାରବାର ହୋଇଥିବା ଟଙ୍କାର ସମସ୍ତ ଭାଉଚର ଓ ଚେକର କପି ହାସଲ କରିବା ପରେ ଘୋଟାଲା ହୋଇଥିବା ଜଣାପଡିଥିଲା । ଯାହାକୁ ନେଇ ରବୀନ୍ଦ୍ରଙ୍କ ପରିବାର ଏବେ ଚିନ୍ତାରେ ଅଛନ୍ତି । ଏହି ଘୋଟାଲା ନେଇ ରବୀନ୍ଦ୍ର ଓ ତାଙ୍କ ପୁଅ ଖାଉଟି ଅଦାଲତରେ ମଧ୍ୟ ଆଶ୍ରୟ ନେଇଛନ୍ତି । ଏହି ଘଟଣାନେଇ ବ୍ୟାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
ବ୍ୟବସାୟୀଙ୍କ ଟଙ୍କା ହଡପ ପରେ ନ୍ୟାୟ ପାଇଁ ବୁଲୁଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/29-18.jpg)