ଦ୍ୱିତୀୟ ଥର ପାଇଁ ଆରବିଆଇ ରେପୋ ରେଟରେ ୦.୨୫ % ର ହ୍ରାସ ! ଋଣ ନେଇଥିବା ଲୋକଙ୍କୁ ମିଳିବ ଆଶ୍ୱସ୍ତି ।

ଦ୍ୱିତୀୟ ଥର ପାଇଁ ଆରବିଆଇ ରେପୋ ରେଟରେ ୦.୨୫ % ର ହ୍ରାସ ! ଋଣ ନେଇଥିବା ଲୋକଙ୍କୁ ମିଳିବ ଆଶ୍ୱସ୍ତି ।

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଏମପିସି ଆର୍ଥୀକ ବର୍ଷ ୧୦୧୯-୨୦ ପ୍ରଥମ ଦ୍ୱିମାସିକ ମୋଦ୍ରିକ ସମିକ୍ଷା ଗୁରୁବାରକୁ ରେପୋ ରେଟ୍ ରେ ୦.୨୫ ପ୍ରତିଶତ କାଟିବା ପାଇଁ ଘୋଷଣା କରିଥିଲେ । ରେପୋ ରେଟ୍ କମି ଏବେ ୬ ପ୍ରତିଶତ ରହିଯାଇଛି । ବାର୍ଷିକ ସ୍ତରରେ ଆର୍ଥୀକ କମ୍ କୁ ନଜରରେ ରଖି ଦେଶର ବୃଦ୍ଧି ସମ୍ଭାବନାରେ ପ୍ରଭାବ ପଡିବାର ଆଶଙ୍କା ଦେଖି ଉଦ୍ୟୋଗପତୀ ଏବଂ ବିଶେଷଜ୍ଞକୁ ଏନେଇ ବିଶ୍ୱାସ ଥିଲା ଯେ ବ୍ୟାଙ୍କ୍ ନିୟାମକ ଗତିବିଧିକୁ ନଜରରେ ରଖି ମୁଖ୍ୟ ନିତିଗତ ରେପୋରେ ୦.୨୫ ପ୍ରତିଶତ କମ୍ କରିବେ । ରେପୋ ଦର ସେହି ଦର ଅଟେ ଯେଉଁଥିରେ କେନ୍ଦ୍ର ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କକୁ ଲୋନ୍ ଦେଇଥାଏ । ଆରବିଆଇ ଏହା ପୂର୍ବରୁ ଫେବୃୟାରୀ ମାସରେ ଦ୍ୱିମାସିକ ମୋଦ୍ରିକ ନୀତି ସମୀକ୍ଷାରେ ରେପୋ ଦରରେ ୦.୨୫ ପ୍ରତିଶତ କମ୍ କରିଥିଲେ । ଯାହାକୁ ଦେଢବର୍ଷ ପରେ କରାଯାଇଥିଲା । ତେବେ ୬ ସଂସଦୀୟ ଏମପିସି ଲଗାତାର ଦୁଇଥର ରେପୋ ରେଟ୍ କମାଇଥିଲେ ।

publive-image

ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥୀକ ବର୍ଷ ୨୦୧୯-୨୦ ପାଇଁ ୭.୨୦ ପ୍ରତିଶତ ଦରରେ ଜିଡିପି ବୃଦ୍ଧିର ପୂର୍ବାନୁମାନ ଲଗାଇଥିଲେ । ରିଜର୍ଭ ବ୍ୟାଙ୍କ ୨୦୧୮-୧୯ ଚତୁର୍ଥ ତୃତୀୟ ମାସରେ ମୁଦ୍ରାସ୍ଥିତି ସଂଶୋଧନ ଅନୁମାନକୁ କମାଇ ୨.୪୦ ପ୍ରତିଶତ କରିଛନ୍ତି । ଆର୍ଥୀକ ବର୍ଷ ୧୦୧୯-୨୦ ର ପ୍ରଥମ ୬ ମାସ ପାଇଁ ୨.୯୦ ରେ ୩ ପ୍ରତିଶତ ଏବଂ ଅର୍ଥୀକ ବର୍ଷ ୨୦୧୯-୨୦ ର ଦ୍ୱିତୀୟ ୬ ମାସ ପାଇଁ ୩.୫୦ ରୁ ୩.୮୦ ପ୍ରତିଶତ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe