ଆୟକର ବିଭାଗ ତରଫରୁ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଘୋଟାଲାର ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ନିରବ୍ ମୋଦି ରଖିଥିବା ପେଣ୍ଟିଙ୍ଗ୍ କୁ ମଙ୍ଗଳବାର ନିଲାମ କରାଯାଇଛି । ଏହି ନିଲାମିରେ ବିଭାଗକୁ ୫୯.୩୭ କୋଟି ଟଙ୍କା ମିଳିଛି । ରିପୋର୍ଟ ମୁତାବକ ଆୟକର ବିଭାଗ ନିରବଙ୍କ ମୋଟ ୬୮ ପେଣ୍ଟିଙ୍ଗ୍ କୁ ନିଲାମ କରିଛନ୍ତି । ପିଏନବି ୧୩ ହଜାର କୋଟି ଟଙ୍କାରୁ ଅଧିକ ଘୋଟାଲାରେ ଅଭିଯୁକ୍ତ ନିରବ ଉପରେ ଇନକମ୍ ଟ୍ୟାକ୍ସ ବିଭାଗର ୯୭ କୋଟି ଟଙ୍କା ରହିଛି ।
2 paintings of Nirav Modi's collection-Untitled oil on canvas(pic 1) by VS Gaitonde sold for Rs 22 cr;oil on canvas depicting Maharaja of Tranvancore&his younger brother welcoming Richard Temple-Grenville,3rd Duke of Buckingham(pic 2) sold for Rs 14 cr(Pics courtesy- Saffron Art) pic.twitter.com/RNxq69G9Fu
— ANI (@ANI) March 26, 2019
ତେବେ ଏହି ପଳାତକ ହୀରା ବ୍ୟବସାୟୀ ଲଣ୍ଡନର ଏକ ଜେଲ୍ ରେ ରହିଛି । ରିପୋର୍ଟ ମୁତାବକ ଆୟକର ବିଭାଗ ଏକ ପ୍ରାଇଭେଟ୍ କମ୍ପାନୀରୁ ଏଥିପାଇଁ ସାହାଯ୍ୟ ନେଇଥିଲେ । କମ୍ପାନୀର ଟଙ୍କା କାଟିବାରୁ ବିଭାଗ ପାଖରେ ମୋଟ ୫୪.୮୪ କୋଟି ଟଙ୍କା ଆସିବ । ତେବେ ଏହି ପେଟିଙ୍ଗ୍ ଭିତରେ ରାଜା ରବି ବର୍ମା,ଜଗନ୍ ଚୌଧୁରୀ,ବିଏସ୍ ଗାୟତୋଣ୍ଡେ,ଏଫଏନ୍ ସୁଜା ଏବଂ ଅକବର୍ ପାଦମେସେ ଭଳି ନାମୀ କଳାକାରଙ୍କ ପେଣ୍ଟିଙ୍ଗ୍ ମଧ୍ୟ ସାମିଲ୍ ରହିଛି । ବିଏସ୍ ଗାୟତୋଣ୍ଡେଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ପେଣ୍ଟିଙ୍ଗ୍ ୨୫.୨୪ କୋଟି ଟଙ୍କାରେ ବିକ୍ରି ହୋଇଛି । ୨୦୧୫ ରେ ଏହା ୨୯.୩ କୋଟି ଟଙ୍କାରେ ବିକ୍ରି ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/nirav-modi-1553656868.jpg)