କନକ ବ୍ୟୁରୋ: ବିଧାନସଭାର ମୌସୁମୀ ଅଧିବେଶନ ଚାଲିଥିବା ବେଳେ ଲୋୟର ପିଏମଜିରେ ବିିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ନିଜ ନିଜର ଦାବି ନେଇ ଏହି ସଙ୍ଗଠନମାନେ ପ୍ରତିବାଦ କରୁଛନ୍ତି । ଏହାରି ଭିତରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଆନ୍ଦୋଳନ ବେଳେ ଲୋୟର ପିଏମଜିରେ ଶାଢ଼ି ବେପାର ଜମିଛି ।
ଭଳିକି ଭଳି ବନାରସୀ ପାଟ ସାଙ୍ଗକୁ ଫ୍ୟାନ୍ସି ଶାଢ଼ି ବିକ୍ରି ହେଉଛି । ଆଉ ଏହାର ଦାମ୍ ମଧ୍ୟ ବଜାର ତୁଳନାରେ କମ୍ ରହିଛି । ସର୍ବନିମ୍ନ ୧୦୦ ଟଙ୍କାରେ ଖଣ୍ଡିଏ ଶାଢ଼ୀ ମିଳୁଛି । ଏମିତିକି ଦାମୀ ଶାଢ଼ିର ଦାମ୍ ୭୦୦ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ ରଖାଯାଇଛି । ସେହିପରି ଫ୍ରକର ଦାମ୍ ମାତ୍ର ୧୦ ଟଙ୍କା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/09/3333333333333333.jpg)