TATA Photograph: (GOOGLE)
କନକ ବ୍ୟୁରୋ: ସାର୍ ରତନ ଟାଟା ଟ୍ରଷ୍ଟ୍ ପକ୍ଷରୁ ଶନିବାର ହେବାକୁ ଥିବା ବୋର୍ଡ ବୈଠକ ବାତିଲ ହୋଇଯାଇଛି । ଏହି ବୈଠକରେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ନୋଏଲ ଟାଟାଙ୍କ ପୁଅ ନେଭିଲ ଟାଟାଙ୍କୁ ଟ୍ରଷ୍ଟି ଭାବେ ନିଯୁକ୍ତି ଦିଆଯିବାର ଯୋଜନା ରହିଥିଲା । କିନ୍ତୁ ସଂଖ୍ୟା ଅଭାବ ପାଇଁ ବୋର୍ଡ ବୈଠକ ହୋଇ ପାରି ନଥିବା ଏକ ସୂତ୍ରରୁ ଜଣାଯାଇଛି ।
ଅଧିକ ପଢ଼ନ୍ତୁ: କେବଳ କାଗଜପତ୍ରରେ ଡାକ୍ତର, ନକଲି ରୋଗୀ
ନେଭିଲ ଟାଟାଙ୍କୁ ଟ୍ରଷ୍ଟରେ ନିଯୁକ୍ତି ଦେବାଲାଗି ଗତ ୨ ମାସ ତଳେ ହୋଇଥିବା ପ୍ରଥମ ଉଦ୍ୟମ ବିଫଳ ହେବା ପରେ ୧୭ ତାରିଖ ପାଇଁ ଆହୂତ ବୋର୍ଡ ବୈଠକ ବାତିଲ ହୋଇଛି । ନୂଆ ଟ୍ରଷ୍ଟି ନିଯୁକ୍ତି ପାଇଁ ଅନ୍ୟ ସମସ୍ତ ଟ୍ରଷ୍ଟି ଉପସ୍ଥିତ ରହିବାର ଆବଶ୍ୟକତା ରହିଛି । କିନ୍ତୁ ଏହା ସମ୍ଭବ ହୋଇ ପାରି ନଥିବା ଜଣାଯାଇଛି । ଆସନ୍ତା କିଛିଦିନ ମଧ୍ୟରେ ଏହି ବୈଠକ ହେବା ନେଇ ଆଶା କରାଯାଉଛି । ଟ୍ରଷ୍ଟିମାନଙ୍କ ମଧ୍ୟରେ ଆଲୋଚନା ମାଧ୍ୟମରେ ସହମତି ନେଇ ଆଉ କିଛିଦିନ ସମୟ ଲାଗିପାରେ ।
ଅଧିକ ପଢ଼ନ୍ତୁ: କୁହୁଡି ସାଜୁଛି କାଳ
ସାର୍ ରତନ ଟାଟା ଟ୍ରଷ୍ଟରେ ସଂପ୍ରତି ନୋଏଲ ଟାଟା, ଭେନୁ ଶ୍ରୀନିବାସନ, ବିଜୟ ସିଂହ ଜିମ୍ମି ଏନ୍ ଟାଟା, ଜାହାଙ୍ଗୀର ଏଚ୍ସି ଜାହାଙ୍ଗୀର ଏବଂ ଡେରିୟସ୍ ଖମ୍ବାଟା ଟ୍ରଷ୍ଟି ରହିଛନ୍ତି । ଗତବର୍ଷ ନଭେମ୍ବରରେ ନେଭିଲ ଟାଟା ଏବଂ ଭାସ୍କର ଭଟ୍ଟଙ୍କୁ ସାର୍ ଦୋରାବ୍ଜୀ ଟାଟା ଟ୍ରଷ୍ଟ୍ରେ ନିଯୁକ୍ତି ଦିଆଯାଇଥିଲା । ଟାଟା ଗ୍ରୁପ୍ର ମୂଳ କମ୍ପାନି ଟାଟା ସନ୍ସରେ ସାର୍ ରତନ ଟାଟା ଟ୍ରଷ୍ଟ୍ର ୨୩.୬ ପ୍ରତିଶତ ଅଂଶଧନ ରହିଛି । ସେହିଭଳି ସାର୍ ଦୋରାବ୍ଜୀ ଟାଟା ଟ୍ରଷ୍ଟର ୨୮ ପ୍ରତିଶତ ଅଂଶଧନ ରହିଛି ।
Follow Us