କନକବ୍ୟୁରୋ: କେତେବେଳେ ବଢୁଥିବା ସୁନା ଦର ତ ଆଉ କେତେବେଳେ ହାସ୍ର ହୁଏ ସୁନା ଦର । ଏହାରି ଭିତରେ ସୁନା ଦର ହାସ୍ରକୁ ନେଇ ଗ୍ରାହକ ଖୁସି ହୋଇଥାନ୍ତି । ଆଜି ଅଗଷ୍ଟ ୩୦ ତାରିଖ ସୁନା ଦରରେ ହୋଇଛି ସାମାନ୍ୟ ହାସ୍ର । ଯାହା ଗ୍ରାହକଙ୍କୁ ଖୁସି କରିଛି । ୧୦ ଗ୍ରାମ ସୁନା ମୁଲ୍ୟ ସାମାନ୍ୟ ହାସ୍ର ପାଇଥିବା ବେଳେ ଦେଶର ଅଧିକାଂଶ ସହରରେ ୨୪ କ୍ୟାରେଟ ସୁନା ଦରର ମୁଲ୍ୟ ୭୩ ହଜାର ୩୦୦ ଟଙ୍କା ହାସ୍ର ହୋଇଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୭ ହଜାର ୧୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ୭୩ ହଜାର ୨୫୦ ଟଙ୍କା ରହିଛି । 

Advertisment

ଚାଲନ୍ତୁ  ଜାଣିବା କେଉଁଠି କେତେ ରହିଛି ସୁନା ଦର  

ସେହିପରି ମୁମ୍ବାଇରେ ଆଜି ସୁନା ଦର ୨୨ କ୍ୟାରେଟ ଓ ୨୪ କ୍ୟାରେଟର ମୁଲ୍ୟ ୬୭ ହଜାର ୧୫୦ ଟଙ୍କା ରହିଥିବା ବେଳେ ନୁଆଦିଲ୍ଲୀରେ ୬୭ ହଜାର ୩୦୦ ଟଙ୍କା ଓ ୭୩ ହଜାର ୪୦୦ ଟଙ୍କା ରହିଛି । ସେହିପରି ଦକ୍ଷିଣ ଭାରତର ପ୍ରମୁଖ ସହର ମାନଙ୍କରେ ସୁନା ଦର ଭିନ୍ନ ଭିନ୍ନ ରହିଛି । 
ଚେନ୍ନାଇ ରେ ୨୨ କ୍ୟାରେଟ ସୁନା ମୁଲ୍ୟ ୧୦ ଗ୍ରାମ ପ୍ରତି ୬୭ ହଜାର ୧୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନାର ମୁଲ୍ୟ ୧୦ ଗ୍ରାମ ପ୍ରତି ୭୩ ହଜାର ୨୪୦ ଟଙ୍କା ରହିଛି । ସେହିପରି ଅହମ୍ମଦାବାଦରେ ସୁନାର ଦର ୨୨ କ୍ୟାରେଟ ସୁନା ମୁଲ୍ୟ ପ୍ରତି ୧୦ ଗ୍ରାମ ପ୍ରତି ୬୭ ହଜାର ୧୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୁଲ୍ୟ ପ୍ରତି ୭୩ ହଜାର ୨୯୦ ଟଙ୍କା ରହିଛି । ସେହିପରି କୋଲକତା ସହରରେ ୬୭ ହଜାର ୧୫୦ ଟଙ୍କା ଓ ୨୪ କ୍ୟାରେଟ ସୁନା ମୁଲ୍ୟ ୭୩ ହଜାର ୨୫୦ ଟଙ୍କା ରହିଛି ।