ଭାରତରୁ ମୁହଁ ଫେରାଉଛନ୍ତି ବିଦେଶୀ ନିବେଶକ

Advertisment

୨୦୨୫ ମସିହାରେ ସେମାନେ ଭାରତୀୟ ପୁଞ୍ଜି ବଜାରରୁ ମୋଟ ୧.୬୬ ଲକ୍ଷ କୋଟି ଟଙ୍କା ( ୧୮.୯ ବିଲିଅନ ଡଲାର) ପ୍ରତ୍ୟାହାର କରି ନେଇଥିଲେ ।

୨୦୨୫ ମସିହାରେ ସେମାନେ ଭାରତୀୟ ପୁଞ୍ଜି ବଜାରରୁ ମୋଟ ୧.୬୬ ଲକ୍ଷ କୋଟି ଟଙ୍କା ( ୧୮.୯ ବିଲିଅନ ଡଲାର) ପ୍ରତ୍ୟାହାର କରି ନେଇଥିଲେ ।

222

FPI Photograph: (GOOGLE)

କନକ ବ୍ୟୁରୋ: ଚଳିତ ୨୦୨୬ ମସିହାର ପ୍ରଥମ ୧୬ ଦିନରେ ବିଦେଶୀ ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରୁ ୨୨,୫୩୦ କୋଟି ଟଙ୍କା (୨.୫ ବିଲିଅନ ଡଲାର) ଉଠାଇ ନେଲେଣି। ୨୦୨୫ ମସିହାରୁ ବିଦେଶୀ ନିବେଶକମା‌ନେ ଭାରତରୁ ମୁହଁ ଫେରାଇଛନ୍ତି । ୨୦୨୫ ମସିହାରେ ସେମାନେ ଭାରତୀୟ ପୁଞ୍ଜି ବଜାରରୁ ମୋଟ ୧.୬୬ ଲକ୍ଷ କୋଟି ଟଙ୍କା ( ୧୮.୯ ବିଲିଅନ ଡଲାର) ପ୍ରତ୍ୟାହାର କରି ନେଇଥିଲେ ।

ଅଧିକ ପଢ଼ନ୍ତୁ: ମେରୀ କମ୍ ବିବାଦ : ଭାଇରାଲ୍ ହେଉଛନ୍ତି ସମୟ ରୈନା

ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ଅସ୍ଥିରତା, ଡଲାରରେ ନିବେଶରୁ ଭଲ ଲାଭ ମିଳିବା ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ବିଶ୍ବର ବିଭିନ୍ନ ଦେଶ ଉପରେ ଶୁଳ୍କ ଲଗାଇବା ପ୍ରଭାବ ବିଦେଶୀ ନିବେଶକଙ୍କ ଉପରେ ପଡ଼ିଛି । ସେମାନେ ଭାରତରୁ ପୁଞ୍ଜି ଉଠାଇ ନେଉଛନ୍ତି ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ବଜାରରେ ଅନୁକୂଳ ପରିସ୍ଥିତି ସୃଷ୍ଟି ନହେବା ପର୍ଯ୍ୟନ୍ତ ଏଭଳି ଧାରା ଜାରି ରହିବ ବୋଲି ସେମାନେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe