କନକ ବ୍ୟୁରୋ : ଜିଏସଟି ହାରକୁ ଯୁକ୍ତିଯୁକ୍ତ କରିବା ସମ୍ପର୍କରେ ରାଜ୍ୟଗୁଡ଼ିକର ଅର୍ଥମନ୍ତ୍ରୀ ଗୋଷ୍ଠୀ ( GoM) ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ, କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରାଯାଇଛି । ବୈଠକରେ, ଟିକସ ସ୍ଲାବକୁ ୫ ପ୍ରତିଶତ ଏବଂ ୧୮ ପ୍ରତିଶତକୁ ହ୍ରାସ କରିବା ପାଇଁ କେନ୍ଦ୍ରର ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା, ଯେଉଁଥିରେ GOM ସହମତ ହୋଇଛି । କେନ୍ଦ୍ର ସରକାର ଜିଏସଟିରେ ଏକ ବଡ଼ ପରିବର୍ତ୍ତନ ପ୍ରସ୍ତାବ ଦେଇଛନ୍ତି, ଯେଉଁଥିରେ ୧୨% ଏବଂ ୨୮% ସ୍ଲାବକୁ ହଟାଇ କେବଳ ୫% ଏବଂ ୧୮% ଦୁଇଟି ହାର ରଖିବାକୁ କୁହାଯାଇଛି ।
ଏହା ବ୍ୟତୀତ, ତମାଖୁ ଏବଂ ପାନ ମସଲା ଭଳି ସାମଗ୍ରୀ ଉପରେ ୪୦% ର ଏକ ସ୍ୱତନ୍ତ୍ର ହାର ଲାଗୁ କରାଯାଇପାରିବ । ପ୍ରକୃତରେ, କେନ୍ଦ୍ର ସରକାର GSTରେ ପରିବର୍ତ୍ତନ ମାଧ୍ୟମରେ ସାଧାରଣ ଲୋକ, ଚାଷୀ, ମଧ୍ୟବିତ୍ତ ବର୍ଗ ଏବଂ MSME ମାନଙ୍କୁ ଆଶ୍ୱସ୍ତି ଦେବାକୁ ଚାହୁଁଛନ୍ତି । ଏହା ମାଧ୍ୟମରେ ଟିକସ ବ୍ୟବସ୍ଥାକୁ ମଧ୍ୟ ସରଳ କରିବାକୁ ଚାହୁଁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/08/21/22-2025-08-21-14-47-55.jpg)