ଡଲାର ବନାମ ବ୍ରିକ୍ସ କରେନ୍ସି ଲଢ଼େଇ : ଟ୍ରମ୍ପଙ୍କ ଚରମ ବାଣୀ

Advertisment

ବ୍ରାଜିଲରେ ଚାଲିଥିବା ବ୍ରିକ୍ସ ସମ୍ମିଳନୀକୁ ଟାର୍ଗେଟ୍ କରି ପୋଷ୍ଟ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ବ୍ରିକ୍ସ ଗୋଷ୍ଠୀ ସମୂହ ଉପରେ ଅଧିକ ଟାରିଫ୍ ଲଗାଇବା ପାଇଁ ଧମକ ଦେଇଛନ୍ତି ଟ୍ରମ୍ପ୍ ।

ବ୍ରାଜିଲରେ ଚାଲିଥିବା ବ୍ରିକ୍ସ ସମ୍ମିଳନୀକୁ ଟାର୍ଗେଟ୍ କରି ପୋଷ୍ଟ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ବ୍ରିକ୍ସ ଗୋଷ୍ଠୀ ସମୂହ ଉପରେ ଅଧିକ ଟାରିଫ୍ ଲଗାଇବା ପାଇଁ ଧମକ ଦେଇଛନ୍ତି ଟ୍ରମ୍ପ୍ ।

hdjdf

Photograph: (kanaknews)

କନକ ବ୍ୟୁରୋ : ବ୍ରାଜିଲରେ ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ଆମେରିକାର ରାଗ ଦେଖିବାକୁ ମିଳିଛି । ବିଶ୍ବରେ ଆମେରିକୀୟ ଡଲାରର ଏକଚାଟିଆ ଦବଦବାକୁ ରୋକିବା ପାଇଁ ବ୍ରିକ୍ସ୍ ରାଷ୍ଟ୍ର ସମୂହ ନିଜସ୍ବ ଆର୍ଥିକ କାରବାର ନୀତି ଆପଣେଇବାକୁ ଯାଉଛନ୍ତି । ଯାହାକୁ ନେଇ ଉତକ୍ଷିପ୍ତ ହୋଇପଡିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବ୍ରାଜିଲରେ ଚାଲିଥିବା ବ୍ରିକ୍ସ ସମ୍ମିଳନୀକୁ ଟାର୍ଗେଟ୍ କରି ପୋଷ୍ଟ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ବ୍ରିକ୍ସ ଗୋଷ୍ଠୀ ସମୂହ ଉପରେ ଅଧିକ ଟାରିଫ୍ ଲଗାଇବା ପାଇଁ ଧମକ ଦେଇଛନ୍ତି ଟ୍ରମ୍ପ୍ । ଏହି ଗୋଷ୍ଠୀରେ ଭାରତ ସମେତ ବ୍ରାଜିଲ, ଡୀନ, ଇଜିପ୍ଟ, ଇଥୋଓପିଆ, ଇଣ୍ଡୋନେସିଆ, ଇରାନ, ଚୀନ, ଋଷିଆ, ଆଫ୍ରିକା ଓ ଆରବ ଦେଶ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବ୍ରିକ୍ସ ସମ୍ମିଳନୀରେ ପହଞ୍ଚିଛନ୍ତି । ମିଳିତ ବିବୃତିରେ ସମସ୍ତ ନେତା ଇରାନ ଉପରେ ଆମେରିକାର ଆକ୍ରମଣ ଓ ମଧ୍ୟପ୍ରାଚ୍ୟ ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି । ଯାହାକୁ ନେଇ ଟ୍ରମ୍ପ ଭୀଷଣ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି । ଆମେରିକା ବିରୋଧୀ ବୋଲି କହି ବ୍ରିକ୍ସ ରାଷ୍ଟ୍ରମାନଙ୍କୁ ଧମକ ଦେଇଛନ୍ତି ଟ୍ରମ୍ପ ।

ବ୍ରିକ୍ସ ସମ୍ମିଳନୀ- ୨୦୨୫
ଟ୍ରମ୍ପଙ୍କ ବଡ଼ ଧମକ
ବ୍ରିକ୍ସ ଦେଶଗୁଡ଼ିକ ପାଇଁ ୧୦% ଟାରିଫ୍‌ ଲଗାଇବାକୁ ଧମକ ଦେଲେ ଟ୍ରମ୍ପ
ଡଲାର ବଦଳରେ ନୂଆମୁଦ୍ରା ପ୍ରଚଳନକୁ ଆମେରିକାର ବିରୋଧ
ଟ୍ରମ୍ପ ତାଙ୍କ ଟ୍ରୁଥ୍‌ ସୋସିଆଲ ମିଡିଆରେ ପୋଷ୍ଟ କରି ଧମକ ଦେଇଛନ୍ତି 
ଏହା ଦ୍ବାରା ଆମେରିକାରେ ମୂଲ୍ୟ ବୃଦ୍ଧି ଓ ଯୋଗାଣ ଶୃଙ୍ଖଳାରେ ସମସ୍ୟା ହୋଇପାରେ
ଡଲାରର ବିଶ୍ୱ ଆଧିପତ୍ୟ ଜାରି ରଖିବାକୁ ଟ୍ରମ୍ପଙ୍କ ଏହି ପଦକ୍ଷେପ ବୋଲି ଚର୍ଚ୍ଚା
ବ୍ରିକ୍ସ ନେତାମାନେ ଟାରିଫକୁ ଅବୈଧ ଓ ବିଶ୍ୱ ବାଣିଜ୍ୟ ପାଇଁ କ୍ଷତିକାରକ ବୋଲି କହିଛନ୍ତି
ଟ୍ରମ୍ପଙ୍କ ସୁରକ୍ଷାବାଦୀ ବାଣିଜ୍ୟ ନୀତିର ଅଂଶ ଏହି ଧମକ
କାନାଡା ଓ ମେକ୍ସିକୋ ପାଇଁ ମଧ୍ୟ ୨୫% ଟାରିଫ୍‌ ପ୍ରସ୍ତାବ ଦେଇଛନ୍ତି ଟ୍ରମ୍ପ

ସେପଟେ ଆମେରିକାକୁ ଚେକ୍ ଦେବାକୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଇଛନ୍ତି ବଡ଼ ବାର୍ତ୍ତା । ଆମେରିକୀୟ ଡଲାରର ପ୍ରଭାବକୁ ହ୍ରାସ କରିବା ପାଇଁ ନୂଆମୁଦ୍ରା ପ୍ରଚଳନ ଓ ବାଣିଜ୍ୟ ନୀତିରେ ପରିବର୍ତ୍ତନ ପାଇଁ ଆହ୍ବାନ ଦେଇଛନ୍ତି ପୁଟିନ । ବ୍ରିକ୍ସ ଦେଶଗୁଡ଼ିକୁ ସ୍ୱାଧୀନ ବାଣିଜ୍ୟ ବ୍ୟବସ୍ଥା ଓ ବ୍ରିକ୍ସ ମୁଦ୍ରା ବ୍ୟବହାର ବୃଦ୍ଧି ପାଇଁ ପୁଟିନ ଆହ୍ୱାନ ଦେଇଛନ୍ତି । ୨୦୨୪ରେ ଋଷର ୯୦% ବାଣିଜ୍ୟ ବ୍ରିକ୍ସ ରାଷ୍ଟ୍ର ସମୂହ  ସହ ଜାତୀୟ ମୁଦ୍ରାରେ ହୋଇଛି । ଯେଉଁଥି ପାଇଁ ଡଲାର ନିର୍ଭରଶୀଳତା ହ୍ରାସ ପାଇଛି । ପୁଟିନଙ୍କ ଅନୁସାରେ ଏହା ଡଲାରର ଆଧିପତ୍ୟକୁ ଚ୍ୟାଲେଞ୍ଜ କରି ବ୍ରିକ୍ସ ଦେଶଗୁଡ଼ିକଙ୍କ ଅର୍ଥନୈତିକ ପ୍ରଭାବ ବୃଦ୍ଧି କରିବ। 

ଡଲାର ବନାମ ବ୍ରିକ୍ସ କରେନ୍ସି
ବ୍ରିକ୍ସ ଦେଶଗୁଡ଼ିକୁ ସ୍ୱାଧୀନ ବାଣିଜ୍ୟ ବ୍ୟବସ୍ଥା ଗଢ଼ିବାକୁ ପୁଟିନଙ୍କ ଆହ୍ୱାନ  
ବ୍ରିକ୍ସ ମୁଦ୍ରାରେ ବାଣିଜ୍ୟ ବୃଦ୍ଧି ପାଇଁ ଜୋର୍ ଦେଇଛନ୍ତି
୨୦୨୪ରେ ଋଷର ୯୦% ବାଣିଜ୍ୟ ଜାତୀୟ ମୁଦ୍ରାରେ ହୋଇଛି
ଡଲାର ନିର୍ଭରଶୀଳତା ହ୍ରାସ କରିବାକୁ ବ୍ରିକ୍ସର ଲକ୍ଷ୍ୟ
ବ୍ରିକ୍ସ ରାଷ୍ଟ୍ରମାନଙ୍କ ଅର୍ଥନୈତିକ ପ୍ରଭାବ ବଢ଼ାଇବାକୁ ଚେଷ୍ଟା
ଡଲାରର ବିଶ୍ୱ ଆଧିପତ୍ୟକୁ ଚ୍ୟାଲେଞ୍ଜ କରିବ ବ୍ରିକ୍ସ କରେନ୍ସି
ଟ୍ରମ୍ପଙ୍କ ଟାରିଫ୍ ଧମକର ପ୍ରତିକ୍ରିୟା ଦେଲେ ପୁଟିନ୍
ବ୍ରିକ୍ସ ରାଷ୍ଟ୍ରମାନଙ୍କ ବାଣିଜ୍ୟରେ ସ୍ୱାଧୀନତା ବୃଦ୍ଧି ପାଇଁ ପଦକ୍ଷେପ
ପରସ୍ପର ସହ ବାଣିଜ୍ୟ ପାଇଁ ବ୍ରିକ୍ସ ଜାତୀୟ ମୁଦ୍ରା ବ୍ୟବହାରକୁ ପ୍ରୋତ୍ସାହନ
ବିଶ୍ୱ ଅର୍ଥନୀତିରେ ବ୍ରିକ୍ସ ରାଷ୍ଟ୍ରମାନଙ୍କର ପ୍ରଭାବ ବିସ୍ତାର ଲକ୍ଷ୍ୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe