କନକ ବ୍ୟୁରୋ : ସୁନାଠୁ ବଳିଗଲା ରୁପା । ହୁ ହୁ ହୋଇ ବଢ଼ିଚାଲିଛି ରୁପା ଦର । ରାଜଧାନୀ ଭୁବନେଶ୍ବରରେ ପ୍ରଥମଥର ରୁପା ଦର କିଲୋ ପିଛା ୨ଲକ୍ଷ ଟଙ୍କା ଟପିଛି । ଦୁଇଦିନରେ ୧୬ହଜାର ଟଙ୍କା ବଢ଼ିବା ପରେ ଦର ୨ଲକ୍ଷ ୬ହଜାର ଟଙ୍କାରେ ପହଞ୍ଚିଛି । ପ୍ରଥମେ ସୋମବାର ୭ହଜାର ଟଙ୍କା ଏବଂ ମଙ୍ଗଳବାର ରୁପା କିଲୋପିଛା ୯ହଜାର ଟଙ୍କା ବୃଦ୍ଧି ପାଇଛି । ପୂର୍ବରୁ ରୁପା ଦର ଏତେ ମାତ୍ରାରେ କେବେବି ବୃଦ୍ଧି ହୋଇନଥିବା ଦେଖିବାକୁ ମିଳିଛି କେବଳ ରୁପା ନୁହେଁ, ସୁନା ଦରରେ ବି ବଡ଼ଧରଣର ବୃଦ୍ଧି ଘଟିଛି । ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୨୭୦୦ ଟଙ୍କା ବୃଦ୍ଧି ପାଇ ୧ଲକ୍ଷ ୧୭ହଜାର ୬୫୦ ଟଙ୍କା ହୋଇଛି । ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ରହିବାରୁ ଏଭଳି ଉତ୍କଟ ସ୍ଥିତି ଉପୁଜୁଥିବା ଅନୁମାନ କରିଛନ୍ତି ବଜାର ବିଶେଷଜ୍ଞ । ବିଶ୍ବ ଅର୍ଥନୀତିରେ ଅନିଶ୍ଚିତତା ଲାଗି ରହିଥିବାବେଳେ ନିବେଶକମାନେ ସୁନାରେ ବିପୁଳ ନିବେଶ କରୁଥିବାରୁ ତାହାର ଚାହିଦା ବଢ଼ିଛି, ଯାହା ଦରବୃଦ୍ଧି ନିଆଁରେ ଘିଅ ଭଳି କାମ କରୁଛି ।
ସୁନା ଠାରୁ ବଳିଗଲା ରୁପା
୨ ଦିନରେ କିଲୋପିଛା ୧୬ହଜାର ଟଙ୍କା ବଢ଼ିଲା ରୁପା ଦର
ସୋମବାର ୭ହଜାର, ମଙ୍ଗଳବାର ୯ହଜାର ଟଙ୍କା ବୃଦ୍ଧି
୬ମାସରେ ରୁପା କିଲୋପିଛା ୪୧ହଜାର ଟଙ୍କା ବଢ଼ିଲାଣି
ଏବେ ଏକ କେଜି ରୁପାର ଦାମ ୨ଲକ୍ଷ ୬ହଜାର ଟଙ୍କା ରହିଛି
ସୁନା ଦର ବି ପ୍ରତିଦିନ ଆକାଶଛୁଆଁ ହେବାରେ ଲାଗିଛି
୯ ଦିନରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ୮,୬୦୦ ଟଙ୍କା ବୃଦ୍ଧି
୨୨ କ୍ୟାରେଟ୍ ସୁନା ଦର ୧ଲକ୍ଷ ୧୭ହଜାର ୬୫୦ ଟଙ୍କା
୨୪ କ୍ୟାରେଟ୍ ସୁନା ଦର ୧ଲକ୍ଷ ୨୮ହଜାର ୩୫୦ ଟଙ୍କା
ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୪୦୦୦ ଡଲାରରୁ ଅଧିକ ଥିବାରୁ ଆମଦାନି ମହଙ୍ଗା
ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ରହିବା ସ୍ଥିତିକୁ ଆହୁରି ଜଟିଳ କରିଛି
ନିବେଶକମାନେ ସୁନାରେ ବିପୁଳ ନିବେଶ କରୁଥିବାରୁ ତାହାର ଚାହିଦା ବଢ଼ିଛି
ଯାହା ଦରବୃଦ୍ଧିର ପ୍ରମୁଖ କାରଣ ବୋଲି କହିଛନ୍ତି ବଜାର ବିଶେଷଜ୍ଞ