ଚୁଡ଼ା, ମୁଢି ଓ ଲିଆ ପ୍ୟାକେଟ୍ ଉପରେ ଜିଏସଟି ଲାଗିବା ପରେ ବ୍ୟବସାୟ ପ୍ରଭାବିତ। ଅଧିକା ଦାମ୍ ଦେଇ ମୁଢି କିଣିବାକୁ ନାପସନ୍ଦ କରୁଛନ୍ତି ଗ୍ରାହକ। 

182

କନକ ବ୍ୟୁରୋ:   ଅସ୍ତରଙ୍ଗ ବଜାରର କେନ୍ଦ୍ରସ୍ଥଳରେ ଥିବା ଏହି ମୁଡି ତିଆରି ଶିଳ୍ପ । ଆନ୍ଧ୍ର ପ୍ରଦେଶରୁ ଆସି ଏଠାରେ ମୁଡି ତିଆରି  ଶିଳ୍ପ ସ୍ଥାପନ କରିଛନ୍ତି ଭେଙ୍କଟେସ୍ ରେଡି । ମୁଢି ଚାଉଳରେ ଦରଦାମ୍ ବୃଦ୍ଧି ଓ ପ୍ୟାକେଟ୍ ମୁଢିରେ ଜିଏସଟି ଲାଗିବା ପରେ ଭେଙ୍କଟେସଙ୍କ ଏହି ମୁଢି ବ୍ୟବସାୟ ଉପରେ ପ୍ରଭାବ ପଡ଼ିଛି । ମୁଢି ପାଇଁ ବ୍ୟବହୃତ ଚାଉଳ ଦର କ୍ୱିଣ୍ଟାଲ ପିଛା ୩ ଶହ ଟଙ୍କା ବୃଦ୍ଧି ପାଇଛି । ଅଧିକା ଦାମ୍ ଦେଇ ମୁଢି କିଣି ଏହାକୁ ପ୍ୟାକିଂ କରି ବିକ୍ରି କଲେ ଜିଏସଟି ଲାଗୁଛି । ଛୋଟ ବ୍ୟବସାୟୀ ମାନେ ଅଧିକ ଦାମ ଦେଇ ମୁଢି କିଣିବାକୁ ରାଜି ହେଉନାହାନ୍ତି । ସେହିପାରି ଗ୍ରାହକଙ୍କ ଚାହିଦା ମଧ୍ୟ କମିଛି ।

ସେହିପରି କାକଟପୁର ଅଞ୍ଚଳରେ ଚୁଡା ଶିଳ୍ପ ଉପରେ ନିର୍ଭର କରି ଚଳୁଥିବା ଅଜୟ ସାହୁ ଓ ଦିବାକର ସାହୁଙ୍କର ସେହି ସମାନ ଅବସ୍ଥା ଦେଖିବାକୁ ମିଳିଛି  । ଅଜୟ ସାହୁ ଏକ ଚୁଡା ତିଆରି ଶିଳ୍ପ ସ୍ଥାପନ କରି ବ୍ୟବସାୟ କରୁଥିଲେ । ପ୍ୟାକିଂ କରି ବିକ୍ରି କଲେ ଜିଏସଟି ଲାଗିବାରୁ ଗ୍ରାହକ ଚୁଡ଼ା କିଣିବାକୁ କୁଣ୍ଠାବୋଧ ହେଉଛନ୍ତି । ଚୁଡା ଏକ କିଲୋ ପ୍ୟାକେଟକୁ ଆଗରୁ ୪୦ ଟଙ୍କା ବିକ୍ରି କରୁଥିଲେ । ଜି.ଏସ୍.ଟି ଲାଗିବା ପରେ ଗ୍ରାହକ ଏହାକୁ ୪୫ରୁ ୫୦ ଟଙ୍କାରେ  କିଣୁ ନାହାନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବ୍ୟବସାୟୀ । ବିଶେଷକରି ଚୁଡା, ମୁଢି ସହ ଲିଆ ଲୋକଙ୍କର ସକାଳ ଓ ସନ୍ଧ୍ୟାରେ ଜଳଖିଆର ଖାଦ୍ୟ । ଏହି ସବୁ ଖାଦ୍ୟ ଉପରେ ଜିଏସଟି ଲାଗିବା ଫଳରେ ଗ୍ରାହକ ମାନେ କିଣିଖାଇବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ।