କାଟାଗୋରୀ-ଏ ଜିଲ୍ଲାରେ ବସ ଚଳାଚଳ ପାଇଁ ଅନୁମତି । କେବଳ ଜିଲ୍ଲା-ଜିଲ୍ଲା ଭିତରେ ଚାଲିବ ବସ୍

608

କନକ ବ୍ୟୁରୋ: ଆସିଲା ଜୁଲାଇ ଗାଇଡଲାଇନ । ୨ଟି କାଟାଗୋରୀରେ ଜିଲ୍ଲାକୁ ବିଭକ୍ତ କରି କଟକଣା ଲାଗୁ କରାଯାଇଛି । ତେବେ କାଟାଗୋରୀ-ଏ ଜିଲ୍ଲାରେ ବସ ଚଳାଚଳ ପାଇଁ ଅନୁମତି ମିଳିଛି । କେବଳ ଜିଲ୍ଲା-ଜିଲ୍ଲା ଭିତରେ ବସ ଚଳାଚଳ ପାଇଁ ଅନୁମତି ମିଳିଲା । ବସରେ ଯେତିକି ସିଟ ଅଛି ସେତିକି ଯାତ୍ରୀ ଯାଇପାରିବେ ।

ସେହିପରି ଟ୍ୟାକ୍ସି, ଅଟୋରିକ୍ସା ଚଳାଚଳ ପାଇଁ କାଟାଗୋରୀ-ଏ ଜିଲ୍ଲାରେ ଅନୁମତି ମିଳିଛି । ଚାଳକ ସହ ସର୍ବାଧିକ ୨ ଜଣ ଯାତ୍ରୀ ଗସ୍ତ କରିପାରିବେ । ସେହିପରି କାଟାଗୋରୀ-ବି ଜିଲ୍ଲାରେ ବସ ଚଳାଚଳ କରିବ ନାହିଁ ।

ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲା କାଟାଗୋରୀ-ଏ, ଆଉ କେଉଁ ଜିଲ୍ଲା କାଟାଗୋରୀ –ବି ଜିଲ୍ଲାରେ ରହିଛି । 

କାଟାଗୋରୀ-ଏ

ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା 

କାଟାଗୋରୀ-ବି

ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ