କନକ ବ୍ୟୁରୋ: ମେକ୍ସିକୋ ପଶ୍ଚିମାଞ୍ଚଳ ହାଇୱେରୁ ଏକ ଯାତ୍ରୀବାହୀ ବସ୍ ଘାଟିକୁ ଖସିପଡିବାରୁ ୧୮ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ କିଛି ଭାରତୀୟ ଥିବା ଜଣାପଡିଥିଲେ ବି ଏଯାଏଁ ତାଙ୍କର ପରିଚୟ ନେଇ କିଛି ସୂଚନା ମିଳିପାରିନାହିଁ ।

Advertisment

ଉତ୍ତର ପ୍ରାନ୍ତସ୍ଥିତ ତିଜୁଆନା ସହର ଅଭିମୁଖେ ଯାଉଥିବା ଉକ୍ତ ବସରେ ଭାରତୀୟ, ଡୋମିନିକା ସାଧାରଣତନ୍ତ୍ର ଓ ଆଫ୍ରିକୀୟ ନାଗରିକଙ୍କ ସମେତ ପ୍ରାୟ ୪୨ଜଣ ଯାତ୍ରୀ ଥିଲେ। ମୃତ ଯାତ୍ରୀଙ୍କ ମଧ୍ୟରେ ଅଛନ୍ତି ୪ଜଣ ନାବାଳକ।