ପୁଣି ଓଲଟିଲା ବସ୍ । ରାୟଗଡା ବିଷମକଟକ ଥାନା ପୁରୀକଣା ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ଜଣେ ମୃତ, ୯ ଆହତ

ପୁଣି ଓଲଟିଲା ବସ୍ । ରାୟଗଡା ବିଷମକଟକ ଥାନା ପୁରୀକଣା ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ଜଣେ ମୃତ, ୯ ଆହତ

କନକ ବ୍ୟୁରୋ: ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ଜଣ ଗୁରୁତର ହୋଇଥିବା ଜଣାପଡିଛି । ତେବେ ବଡ଼ମ୍ବା ନୟାଗଡ଼ଠାରୁ ଜୟପୁର ଅଭିମୁଖେ ଏହି ଯାତ୍ରୀବାହୀ ବସଟି ଯାଉଥିଲା । ବିଷମକଟକ ଥାନା ପୁରୀକଣା ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ବସ୍ ।

publive-image

ଆଜି ଭୋର ପ୍ରାୟ ସାଢ଼େ ୩ଟା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ରାୟଗଡ଼ା ଡ଼ାକ୍ତରଖାନାକୁ ପଠାଇଛି । ଡ଼୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଘନକୁହୁଡ଼ି କାରଣରୁ ବସଟି ରାସ୍ତାର କଲଭର୍ଟକୁ ଧକ୍କା ଦେଇ ଦୁର୍ଘଟଣାର ଶିକାର ହୋଇଥିବା ପ୍ରାଥମିକ ତଦନ୍ତରୁ ଯାହା ସନ୍ଦେହ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe