ଭାବନୀପାଟଣାରେ ପୋଲ ତଳକୁ ଓଲଟିଲା ଯାତ୍ରୀବାହୀ ବସ ! ମାଣିକେଶ୍ୱରୀ ବସ ଓଲଟି ୨ ମୃତ , ୨୫ ଆହତ

44

କନକ ବ୍ୟୁରୋ: ଓଲଟିଲା ବସ । ଭୁବନେଶ୍ୱରରୁ ଭବାନୀପାଟଣା ଯାଉଥିବା ମାଣିକେଶ୍ୱରୀ ବସ ଓଲଟିପଡିଛି । ଲାଲପୋଲିଆଠାରେ ବସଟି ଓଲଟି ପଡି ଦୁର୍ଘଟଣା ଗସ୍ତ ହୋଇଛି । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣରୁ ଅଧିକ ଆହତ ହୋଇଛନ୍ତି । ଖବରପାଇ ଅଗ୍ନିଶମ ସେବା କେନ୍ଦ୍ରର କର୍ମଚାରୀ, ପୁଲିସ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତକମାନଙ୍କୁ ଉଦ୍ଧାର କରି ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ମାଣିକେଶ୍ୱରୀ ବସଟି ଗତକାଲି ରାତିରେ ଭୁବନେଶ୍ୱର ଛାଡ଼ିଥିଲା । ଆଜି ଭୋର ଭୋରୁ ଭବାନୀପାଟଣା ସହର ଠାରୁ ମାତ୍ର ୧ କିଲୋମିଟର ଦୂରରେ ୨୬ ନମ୍ବର ଜାତୀୟ ରାଜପଥର ଲାଲପୁଲିଆ ନିକଟରେ ବସର ଡ୍ରାଇଭର ବସ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ବସଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା। ବସ ତଳେ ଚାପି ହୋଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୨୫ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି ।