ଭଦ୍ରକରେ ସଡକ ଦୁର୍ଘଟଣା: ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ୍, ୧୦ ଆହତ

Advertisment

କନକ ବ୍ୟୁରୋ: ରବିବାର ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥର ଅସୁରା ଛକ ନିକଟରେ ଗୋଟିଏ ବସ୍ ଏବଂ ଡମ୍ପର୍ ଟ୍ରକ୍ ମଧ୍ୟରେ ଧକ୍କା ଲାଗିବାରୁ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ବୋଲି ଜଣାପଡ଼ିଛି।

publive-image

ସେମାନେ ହେଉଛନ୍ତି ପଶ୍ଚିମବଙ୍ଗ ଅନ୍ତର୍ଗତ ଟାଲିଗଞ୍ଜ ଅଞ୍ଚଳର ସପନ ଚୌଧୁରୀ, ସିପ୍ରା ଚୌଧୁରୀ, ଏମ୍. ଡି. କାମୁଏଲ୍, ଶ୍ୟାମ ନାରାୟଣ। ଚିକିତ୍ସା ନିମନ୍ତେ ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଡମ୍ପର୍ ଟ୍ରକଟି ରାଜପଥ କଡ଼ରେ ଠିଆ ହୋଇଥିବା ବେଳେ ପୁରୀରୁ ଯାତ୍ରୀ ନେଇ କୋଲକାତା ଅଭିମୁଖେ ଯାତ୍ରା କରୁଥିବା ଘରୋଇ ବସ୍ ‘ଡଲ୍‌ଫିନ୍‌’ ପଛରେ ଧକ୍କା ଖାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe